ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ରେ ନାବାର୍ଡ ର ୪୫ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ ହିତାଧିକାରୀ ମାନଙ୍କର ସମ୍ମିଳନୀ ଅନୁଷ୍ଠିତ 

ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ରେ ନାବାର୍ଡ ର ୪୫ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ ହିତାଧିକାରୀ ମାନଙ୍କର ସମ୍ମିଳନୀ ଅନୁଷ୍ଠିତ 

ନବରଙ୍ଗପୁର:(ତା ୧୭.୭.୨୦୨୬)(ରବି ନାରାୟଣ ମହାନ୍ତି)ନାବାର୍ଡ ର ୪୫ ତମ ପ୍ରତିଷ୍ଠା ଦିବସ ପାଳନ ତଥା ହିତାଧିକାରୀ ମାନଙ୍କର ସମ୍ମିଳନୀ ଆଜି ନାବାର୍ଡ ଜିଲ୍ଲା କାର୍ଯ୍ୟାଳୟ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର ପ୍ରମୋଦ୍ କୁମାର ପୃଷ୍ଟି (OAS), ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଯୋଗଦେଇ ନାବାର୍ଡର ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ କରିଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ଏଲ ଡି ଏମ ଗୋପାଳ କୃଷ୍ଣ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଯୋଗ ଦେଇଥିଲେ।ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସମବାୟ ବିଭାଗ ର DRCS, କୃଷି ବିଭାଗ ର CDAO, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟ ଗୁଡିକର ପ୍ରତିନିଧି, NGO ମାନଙ୍କ ମଧ୍ୟରୁ ହର୍ଷ ଟ୍ରଷ୍ଟ , ଆଗ୍ରଗାମୀ, ଗୋବିନ୍ଦାଳୟ, ସଂକଳ୍ପ, ସାହାରା ଏବଂ FPO ର ସଭ୍ୟ ସଭ୍ୟା ମାନେ ଏବଂ ପ୍ରଗତିଶୀଳ ମହିଳା ଏବଂ ପୁରୁଷ କୃଷକ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସହାୟକ FPO କୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ତାଙ୍କର CEO ଏବଂ ବୋର୍ଡ ସଭ୍ୟା ମାନଙ୍କୁ ନାବାର୍ଡ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା lସେହିଭଳି ଆଗ୍ରଗାମୀ NGO ଦ୍ଵାରା ପ୍ରୋତ୍ସାହିତ ହୋଇଥିବା ପ୍ରଗତିଶୀଳ ଯୁବ କୃଷିଜିବି ମାନଙ୍କୁ କୃଷି କ୍ଷେତ୍ର ରେ ଉଲ୍ଲେଖନିୟ ଅବଦାନ ଯୋଗୁଁ ନାବାର୍ଡ ତରଫରୁ ସମ୍ମାନୀତ କରାଯାଇଥିଲା lକାର୍ଯ୍ୟକ୍ରମକୁ ପରିଚାଳନା କରି ନାବାର୍ଡର ଜିଲ୍ଲା ଅଧିକାରୀ ବାଉରୀ ବନ୍ଧୁ ଗୋଛାୟତ ନବରଙ୍ଗପୁର ଜିଲ୍ଲାରେ ନାବାର୍ଡର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ lବିଶେଷ ଭାବରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାଙ୍କ ମାନେ ଆର୍ଥିକ ସଚେତନତା ଶିବିର ଗୁଡିକରେ “ଫସଲ ବୀମା ପାଠଶାଳା” ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ର ଶତ ପ୍ରତିଶତ ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ lପରିଶେଷରେ ମୁଖ୍ୟ ଅତିଥି ଡ଼କ୍ଟର ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ନାବାର୍ଡର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ତୃଣ ମୂଳ ସ୍ତରରେ ଗରୀବ କୃଷକ ମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ଏବଂ ଗ୍ରାମାଞ୍ଚଳରେ ଭିତିଭୂମି ପ୍ରତିଷ୍ଠା କରି ଲୋକମାନଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ନାବାର୍ଡର ଭୂମିକାକୁ ଭୁୟସି ପ୍ରଶଂସା କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆନ୍ତର୍ଜାତିକ ଧଉଳି କଳା ମହୋତ୍ସବ ରେ ରାଉରକେଲା ର ୪ ଚିତ୍ରଶିଳ୍ପୀ ସମ୍ମାନିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

masiha

ଜାମଦା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧ଠ ଟି ପଞ୍ଚାୟତକୁ୧୨୧ ପ୍ରକଳ୍ପ ପାଇଁ ୫ କୋଟି ମଂଞ୍ଜୁର

masiha

Leave a Comment

error: Content is protected !!