ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ବ୍ଲକରେ ନିମ୍ନମାନର ଛତୁଆ ବଣ୍ଟନ କୁ ମହିଳା ସଂଗଠନ ର ବିରୋଧ:କୋମଳମତି ଶିଶୁଙ୍କ ଜୀବନ ସହ ଖେଳ,

ରାଇଘର ବ୍ଲକରେ ନିମ୍ନମାନର ଛତୁଆ ବଣ୍ଟନ କୁ ମହିଳା ସଂଗଠନ ର ବିରୋଧ:କୋମଳମତି ଶିଶୁଙ୍କ ଜୀବନ ସହ ଖେଳ,

ଉଚିତ ପଦକ୍ଷେପ ଗ୍ରହଣ ନ କଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ

ନବରଙ୍ଗପୁର:(୨୨|୪)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳ ମତି ଶିଶୁ ମାନଙ୍କୁ ଦିଆଯାଉଥିବା ପୁଷ୍ଟିକର ଛତୁଆ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି l ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ସମସ୍ୟାର କୌଣସି ସମାଧାନ ନ କରି ପ୍ରଶାସନ ଓ ସରକାର ନୀରବ ରହିବା ଚର୍ଚ୍ଚାର ବିଷୟ ପାଲଟିଛି l ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକ ଠାରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ଛତୁଆ ବଣ୍ଟନ ନିମନ୍ତେ ଗୋଟିଏ ଆଦର୍ଶ ସ୍ଵଂୟ ସହାୟକ ଗୋଷ୍ଠୀ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି, ମୋଟ ୩୧୩ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ମାତ୍ର ସ୍ଵଂୟ ସହାୟକ ଗୋଷ୍ଠୀ ଛତୁଆ ବଣ୍ଟନ କରୁଛନ୍ତି l ଗର୍ଭବତୀ, ପ୍ରସୂତି ଓ ଅପପୃଷ୍ଟିର ଶିକାର ହୋଇଥିବା ମହିଳା ଏବଂ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ର ବିକାଶ ପାଇଁ ସରକାର ଛତୁଆ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି l କିନ୍ତୁ କ୍ରମାଗତ ବଣ୍ଟନ ବ୍ୟବସ୍ଥା ଓ ନିମ୍ନ ମାନର ସାମଗ୍ରୀ ସମସ୍ୟାକୁ ନେଇ ମହିଳା ସଂଗଠନ, ଲୋକ ପ୍ରତିନିଧିଗଣ ଅଭିଯୋଗ କରି ଆସୁଥିବା ବେଳେ ଅଭିଯୋଗ ଉପରେ କୌଣସି ତଦନ୍ତ ହେଉନି l ଆଜି ପୁଣି ଥରେ ରାଇଘର ମହିଳା ସଂଗଠନ ନିମ୍ନ ମାନର ଛତୁଆ ବଣ୍ଟନ, ଛଅ ମାସ ତଳେ ପ୍ରମାଣ ସହ ପୋକ ହୋଇଥିବା ଛତୁଆ ଓ ଲଡୁ ବଣ୍ଟନ ତଥ୍ଯ ଦେବା ପରେ ମଧ୍ୟ ତଦନ୍ତ ନ କରିବା ଘଟଣା ଉପରେ ଅସନ୍ତୋଷ ପ୍ରକାଶ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାଗର ମାଝୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ବ୍ଲକ ରେ ସଠିକ୍ ସମୟରେ ବଣ୍ଟନ ନ ହେବା ସହ ସଲା ସୂତରା ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଭଳି ସଙ୍ଗୀନ ଅଭିଯୋଗ ହୋଇଛି l ଯଥା ଶୀଘ୍ର ସମସ୍ୟାର ତଦନ୍ତ କରାଯାଉ ନଚେତ୍ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସଂଗଠନ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l ବିନା ଟେଣ୍ଡରରେ ବର୍ଷ ବର୍ଷ ଧରି ଗୋଟିଏ ଆଦର୍ଶ ସ୍ୱୟଂ ସହାୟକ ଯୋଗାଣକାରୀ ସଂସ୍ଥାକୁ ବଣ୍ଟନ ଅନୁମତି ଦେବା ପଛରେ ଅନେକ ଗୁମର ରହିଥିବା ଚର୍ଚ୍ଚା ଜୋର ଧରିଛି l ଯେଉଁ ଲକ୍ଷ୍ୟ ନେ଼ଇ ସରକାର ଛତୁଆ ବଣ୍ଟନ କରୁଛନ୍ତି ଉପଯୁକ୍ତ ଖାଦ୍ୟ ପ୍ରସ୍ତୁତ ଓ ତଦାରଖ ନ ହେବା ଯୋଗୁଁ ଶିଶୁ ଓ ମହିଳା ମାନଙ୍କ ମଧ୍ୟରେ ଅପପୃଷ୍ଟି ବଢ଼ି ଚାଲିଛି l ଅପର ପକ୍ଷରେ ରାଇଘର ବ୍ଲକ ଠାରେ ଗୋଟିଏ ମାତ୍ର ଯୋଗାଣକାରୀ ସଂସ୍ଥା ରହିଥିବା ବେଳେ ୩୧୩ କେନ୍ଦ୍ର କୁ ଯୋଗାଣ କରିବା ମଧ୍ୟ ନାନା ସମସ୍ୟା ଦେଖା ଦେଉଥିବା ଜଣା ପଡିଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ପିକଅପ ଓଲଟି ଲକ୍ଷାଧିକ ଟଙ୍କାର ବ୍ରଏଲର୍ କୁକୁଡ଼ା ମୃତ

Sunil Chandra Nayak

Rayagada Pioneers Doorstep Governance  PVTGs to Receive Pensions at Doorsteps Under PM Janman

Sunil Chandra Nayak

Leave a Comment

error: Content is protected !!