ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ ରାଇରଙ୍ଗପୁର ତହସିଲ ତରଫରୁ ଦହି ସରବତ ବଣ୍ଟନ 

ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ ରାଇରଙ୍ଗପୁର ତହସିଲ ତରଫରୁ ଦହି ସରବତ ବଣ୍ଟନ 

ରାଇରଙ୍ଗପୁର – ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ସମସ୍ତେ ଛଟପଟ ।ପାଣି ଟୋପେ ପାଇଁ ଡହଳ ବିକଳ । ଏପ୍ରିଲ ମାସ ଦ୍ଵିତୀୟ ସୋମବାର ଦିନ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା ।ଏହି ଜନଶୁଣାଣୀରେ ଵାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ପୌରାଞ୍ଚଳର ବସବାସ କରୁଥିବା ଲୋକେ କିଏ ବ୍ୟକ୍ତିଗତ କିଏ ସାମୁହିକ ସମସ୍ୟା ନେଇ ସୁଦୂର ଦୂରାନ୍ତରୁ ଖରା,ବର୍ଷା, କାଳବୈଶାଖୀ କୁ ଖାତିର ନ କରି ନିଜର‌ ମସ୍ଯାନେଇ ଛୁଟି ଆସିଥିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଛୁଟି ଆସିଥିଲେ‌।କି ବୁଢ଼ାବୁଢ଼ୀ,ହାତୀ ଦ୍ଵାରା କ୍ଷତିଗ୍ରସସ୍ତ ପରିବାର,ଛଜଵର ଦଖଲ ଉଛେଦ ପିଡିତା,କୃଷକ, ଛାତ୍ର,ଶ୍ରମିକ, ଗ୍ରାମବାସୀ ଆସିଥିଲେ । ସେମାନଙ୍କୁ ପ୍ରବଳ ଢୋ ଢୋ ଖରାରେ ଆଳୁକୁ ପାଟୁଆ ହୋଇ ମିଳୁଥିବା ଗ୍ରୀଷ୍ମ ପ୍ରବାହରେ ରାଇର ତହସିଲଦାର ବିଶ୍ବନାଥ ଵିଶ୍ବାନଙ୍କ ମନବଳ ଭାଙ୍ଗି ପଡ଼ିଥିଲା ।ଗରୀବ ଗୁରୁବାଙ୍କ ତୃଷାର୍ତ୍ତ ମେଣ୍ଟାଇବା ପାଇଁ ସେ ଏକ ନିଆରା ପ୍ରୟାସ କରିଥିଲେ ।ସଙ୍ଗେ ସଂଙ୍ଗେ ମୋ ନିଜର କର୍ମଚାରୀଙ୍କୁ ଡକାଇ ଦହି ସରବତ ବ୍ୟବସ୍ଥା କରାଇ ଅଭିଯୋଗକାରୀ ମାନଙ୍କୁ,ରାସ୍ତାରେ ଯାଉଥିବା ବୁଢ଼ାବୁଢ଼ୀ ପଥିକମାନଙ୍କୁ ବଣ୍ଟନ କରିଥିଲେ ।ସମସ୍ତେ ମନଖୋଲି ପାଣି ପିଇ ଆଶ୍ବସ୍ତ ହୋଇଥିଲେ । ତହସିଲଦାରଙ୍କ ନିଆରା ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । ତହସିଲ ତରଫରୁ ତହସିଲଦାର ଙ୍କ ମାର୍ଗ ଦର୍ଶନରେ ନିହାର କୁମାର ପାତ୍ର,ନମିତା ସେଠୀ, ରଞ୍ଜନ ପାତ୍ର,ସୁନାରାମ ମାଝୀ,ଲିପୁ ରାଉଚ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

କେସିଙ୍ଗା ଏସଡିପିଓଙ୍କୁ ସାକ୍ଷାତ କଲେ ଅଞ୍ଚଳବାସୀ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା

masiha

ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ

Sunil Chandra Nayak

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!