ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଇ. ମହାକୁଡ
ବାଲେଶ୍ଵର,୧୭/୪/୨୪- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଅନ୍ତର୍ଗତ ସାରୁଗାଁ ପଞ୍ଚାୟତ ନୁଆଗାଁବଡ଼ ନିବାସୀ ବୈକୁଣ୍ଠ ପଣ୍ଡା ଓ ରେବତୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ବିଶ୍ୱଜିତ ପଣ୍ଡା ଭାରତ ବର୍ଷର ସର୍ବଶ୍ରେଷ୍ଠ ପରୀକ୍ଷା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (UPSC) ରେ ସର୍ବ ଭାରତୀୟ ସ୍ତରରେ AIR-343 (IPS CADOR) ରାଙ୍କ ରଖି କୃତକାର୍ଯ୍ୟ ହୋଇ ଖଇରା ବ୍ଲକ ତଥା ବାଲେଶ୍ବର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଏ ଖବର ଶୁଣି ଯୁବନେତା ତଥା ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ ତାଙ୍କ ବାସଭବନରେ ପହଞ୍ଚି ପରିବାରଙ୍କ ଉପସ୍ଥିତରେ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥଗଲେ । ଏହି ସମୟରେ ତୁରିଗଡିଆ ମଣ୍ଡଳ ସଭାପତି ମହେଶ୍ୱର ନାଥ, ଯୁବମୋର୍ଚ୍ଚା ସଭାପତି ନୃସିଂହ ସିଂହ, ସାରୁଗାଁ ସରପଞ୍ଚ ଦୟାନିଧି ନାୟକ ଓ ୱାଡ଼ର୍ ସଭ୍ୟା ମିନତି ଦାସ ମଧ୍ୟ ଉପସ୍ଥିତ ଥିଲେ l ତାଙ୍କର କଥାବାର୍ତ୍ତା ବହୁତ ମାର୍ଜିତ, ଭଦ୍ର ଏବଂ ସେ ଜଣେ ସୁନ୍ଦର ବ୍ୟକ୍ତିତ୍ବର ଅଧିକାରୀ । ଗତବର୍ଷ ମଧ୍ୟ ସେ OAS ପାଇ ବାରିପଦାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ । ତାଙ୍କ ପରିବାର ସହିତ ମୋର ପାରିବାରିକ ସମ୍ପର୍କ ଅଛି । ତାଙ୍କର ସଫଳତାର ଖବର ଶୁଣି ଅତ୍ୟନ୍ତ ଖୁସି ଲାଗିଲା । ତାଙ୍କୁ ଆଶୀର୍ବାଦ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ତଥା ଉତ୍ତରୋତ୍ତର ଉନ୍ନତି କାମନା କଲେ ଇ. ଶ୍ରୀ ମହାକୁଡ଼ l।