ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳିତ 

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳିତ 

ଡାବୁଗାଁ, ୧୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ବିଜେଡିକର୍ମୀ ବୃନ୍ଦ ଙ୍କ ଦ୍ୱାରା ପାଳିତ ହୋଇଯାଇଛି l ଏହି ଅବସରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ଵ ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଧୂପ ଦୀପ ପ୍ରଜ୍ଜ୍ଵଳନ କରିଥିଲେ l ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦିବ୍ୟ ଜୀବନର ଆଦର୍ଶ ମୟ ଗାଥା କହିବା ସହ ତାଙ୍କ ରାଜନୈତିକ ଉପରେ ବ୍ୟାପକ ଆଲୋଚନା ରଖିଥିଲେ l ଯାହା ମଧ୍ୟରେ ଶତ୍ରୁତା ରହିଛି, ସେ ସବୁକୁ ଭୁଲି ଏକ ମନ ଏକ ପ୍ରାଣ ହୋଇ ରାଜନୈତିକ ମନୋଭାବ ପୋଷଣ କରି ଘରେ ଘରେ ପ୍ରଚାର ଜାରି ରଖି ଶଙ୍ଖ ଚିହ୍ନରେ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଜୁ ପଟ୍ଟନାୟକ ଅମର ରହେ ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ପୂର୍ବତନ ବିଜେଡି ଜିଲା ପରିଷଦ ସଭ୍ୟ ବିଜୟ କୁମାର ବେହେରା, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ପୂର୍ବତନ ସରପଞ୍ଚ ଜି. ପ୍ରକାଶ ରାଓ, ଆର. ପ୍ରକାଶ ରାଓ, ଟି ମୁରଲୀ ରାଓ, ଗେଦୁ ପଟ୍ଟନାୟକ, ଟି. ପ୍ରସାଦ ରାଓ, ଶିବ ପ୍ରସାଦ ମିଶ୍ର, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ ,ପି. ନାଗା ରାଓ ପ୍ରମୂଖ କର୍ମୀ ବୃନ୍ଦ ଓ ନାରୀ ନେତ୍ରୀ ବୃନ୍ଦ ଉପସ୍ଥିତ ରହି ଉକ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୈଜୟନ୍ତ ପଣ୍ଡା ଓ ଦୁର୍ଗା ପ୍ରସନ ନାୟକ ଙ୍କ ରୋଡ ଶୋ ଓ ପ୍ରଚାର ଆରମ୍ଭ 

masiha

ଭାରତ ଜୋଡୋ ପଦଯାତ୍ରାକୁ ନେଇ କୋକସରା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

masiha

Leave a Comment

error: Content is protected !!