ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳିତ 

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳିତ 

ଡାବୁଗାଁ, ୧୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ବିଜେଡିକର୍ମୀ ବୃନ୍ଦ ଙ୍କ ଦ୍ୱାରା ପାଳିତ ହୋଇଯାଇଛି l ଏହି ଅବସରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ଵ ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଧୂପ ଦୀପ ପ୍ରଜ୍ଜ୍ଵଳନ କରିଥିଲେ l ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦିବ୍ୟ ଜୀବନର ଆଦର୍ଶ ମୟ ଗାଥା କହିବା ସହ ତାଙ୍କ ରାଜନୈତିକ ଉପରେ ବ୍ୟାପକ ଆଲୋଚନା ରଖିଥିଲେ l ଯାହା ମଧ୍ୟରେ ଶତ୍ରୁତା ରହିଛି, ସେ ସବୁକୁ ଭୁଲି ଏକ ମନ ଏକ ପ୍ରାଣ ହୋଇ ରାଜନୈତିକ ମନୋଭାବ ପୋଷଣ କରି ଘରେ ଘରେ ପ୍ରଚାର ଜାରି ରଖି ଶଙ୍ଖ ଚିହ୍ନରେ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଜୁ ପଟ୍ଟନାୟକ ଅମର ରହେ ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ପୂର୍ବତନ ବିଜେଡି ଜିଲା ପରିଷଦ ସଭ୍ୟ ବିଜୟ କୁମାର ବେହେରା, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ପୂର୍ବତନ ସରପଞ୍ଚ ଜି. ପ୍ରକାଶ ରାଓ, ଆର. ପ୍ରକାଶ ରାଓ, ଟି ମୁରଲୀ ରାଓ, ଗେଦୁ ପଟ୍ଟନାୟକ, ଟି. ପ୍ରସାଦ ରାଓ, ଶିବ ପ୍ରସାଦ ମିଶ୍ର, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ ,ପି. ନାଗା ରାଓ ପ୍ରମୂଖ କର୍ମୀ ବୃନ୍ଦ ଓ ନାରୀ ନେତ୍ରୀ ବୃନ୍ଦ ଉପସ୍ଥିତ ରହି ଉକ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପାଟଣାଗଡ଼ ରେ ସ୍ୱଧିନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କଲେ ଶ୍ରୀ ସୌରୀ କୁମାର ସାହୁ 

masiha

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

Sunil Chandra Nayak

୫୧ ନମ୍ୱର ୱାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!