ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା ସ୍ଥିତ ମଧୁ ମାଧବ ତୀର୍ଥକ୍ଷେତ୍ର କୁ ଶ୍ରୀରାମ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା

ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା ସ୍ଥିତ ମଧୁ ମାଧବ ତୀର୍ଥକ୍ଷେତ୍ର କୁ ଶ୍ରୀରାମ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା

ଆଜି ପବିତ୍ର ଶ୍ରୀରାମ ନବମୀ ପାଇଁ ସାରା ଦେଶ ରେ ହିନ୍ଦୁ ଧର୍ମାବଲମ୍ବୀ ଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିମୟ ପରିବେଶ ଖେଳିଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଶ୍ରୀରାମ ସେନା ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା ସ୍ଥିତ ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଥିବା ଶ୍ରୀରାମ ମନ୍ଦିର କୁ ଏକ ସୁସଜ୍ଜିତ ରଥ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଯୁବକ ମାନେ ଅଂଶଗ୍ରହଣ କରି ଗେରୁଆ ବସ୍ତ୍ର ପରିଧାନ କରି ଦିର୍ଘ ୨୨ କିମି ବାଇକ ଶୋଭାଯାତ୍ରାରେ ଜୟ ଶ୍ରୀରାମ, ଜୟ ହନୁମାନ ନାରା ଦେଇ ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀ ରାମ ନବମୀ ମହୋତ୍ସବ ରେ ପହଞ୍ଚି ପ୍ରଭୁ ଶ୍ରୀରାମ ଙ୍କୁ ଦର୍ଶନ କରିଥିଲେ। ଏହି ଅବସର ରେ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ସେନା ପକ୍ଷରୁ କ୍ଷୀରସିନ୍ଧୁ ନେଗି, ଅମୂଲ୍ୟ ବିଶି,ମହେଶ ଗୁପ୍ତା, ଚିତ୍ର ସେନ ବେହେରା, ମାନସ ବେହେରା,ମୋହନ ବାଗ,କିଷନ ପଟ୍ଟନାୟକ,ଅଧୁରାଜିତ ନାଏକ, ମହେନ୍ଦ୍ର ପ୍ରଧାନୀ,ବିବେକ ଶର୍ମା, ଜିତାମିତ୍ର ପ୍ରଧାନୀ,ସଞ୍ଜୀବ ନାଏକ, ସୀମାଞ୍ଚଳ ବେହେରା,ତୁଷାର ରାଉତ, ସୁରେନ୍ଦ୍ର ମାଝୀ, ତପନ ମାଝୀ,କ୍ଷୀରସିନ୍ଧୁ ପ୍ରଧାନୀ,ଶିଶିର ପ୍ରଧାନୀ,ସୁରଜ ନାଏକ,ଲିପୁନ ଶବର, ସଚିନ ପ୍ରଧାନୀ,ନକୁଳ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଭାଲ୍ୟା ଫଉଣ୍ଡେସନର ପୃଷ୍ଟିକର ଖାଦ୍ୟ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ସୂର ସଂଗୀତ କଳା କେନ୍ଦ୍ର ର ବାର୍ଷିକ ପରିକ୍ଷା

Sunil Chandra Nayak

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!