ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ ! !

ଅଧିକାରୀଙ୍କ ଅନୁପସ୍ଥିତରେ ଚାଲିଛି ଉନ୍ନୟନ କାର୍ଯ୍ୟ 
ତଦାରଖ ଅଭାବରୁ କାର୍ଯ୍ୟର ସ୍ୱଚ୍ଛତା ଉପରେ ଉଠିଛି ପ୍ରଶ୍ନ 

ରାଇଘର (ମ ନି ସ ) ୦୧/୦୧ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଂଚାୟତର ଭାରସୁଣ୍ଡି ଡିଏନକେ ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁଁ ଉକ୍ତ ଗ୍ରାମରେ ଦୁଇ ତିନି ଗୋଟି ଡ୍ରେନେଜ ନିର୍ମାଣ ନିମନ୍ତେ ପ୍ରସ୍ତାବ ପରେ ତାହା ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି l ତେବେ କାର୍ଯ୍ୟ ଆରମ୍ଭ ହେଲା ସତ ନିତି ନିୟମ ଅନୁଯାୟୀ କାର୍ଯ୍ୟ ଆରମ୍ଭ ସମୟରେ ସୂଚନା ଫଳକ ନିର୍ମାଣ ସହ ସବିଶେଷ ତଥ୍ୟ ଉପସ୍ଥାପନା କରିବା ନିୟମ ରହିଛି l ସ୍ଥାନୀୟ ଅଞ୍ଚଳବାସୀ କେଉଁ ବିଭାଗ ସହ କେତେ ଟଙ୍କା ବ୍ୟୟରେ ଉକ୍ତ କାର୍ଯ୍ୟ ହେଉଛି ସମସ୍ତଙ୍କର ଜାଣିବା ଅଧିକାର ରହିଛି କିନ୍ତୁ ବର୍ତମାନ ଯେଉଁ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନ ଥିବା ସହ କାର୍ଯ୍ୟର ତଦାରଖ କରିବାକୁ ଅଧିକାରୀ ନ ଥିବା ଦେଖିବାକୁ ମିଳିଛି l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଡ୍ରେନେଜ ନିର୍ମାଣ ଚାଲୁ ଥିବା ବେଳେ ବାଲି ସିମେଣ୍ଟ ମେଟାଲ ପରିମାଣ କିଭଳି ରହିଛି ତଦାରଖ ଅଭାବରୁ ଏହା ନିମ୍ନ ମାନର ହୋଇଥିବା ନେଇ ଅଭିଯୋଗ ହୋଇଛି l ଯେଉଁ ସମସ୍ୟା ନେଇ ଡ୍ରେନେଜ ନିର୍ମାଣ କରାଯାଉ ଅଛି ତାହା ସଠିକ୍ ଭାବେ କାର୍ଯ୍ୟରେ ବ୍ୟବହାର ହେବା ଆବଶ୍ୟକତା ରହିଛି କିନ୍ତୁ ଉକ୍ତ କାର୍ଯ୍ୟ ସ୍ଥଳରେ ଯେଉଁ ଭଳି କାର୍ଯ୍ୟ ଆଗେଇ ଚାଲିଛି ପ୍ରସାଶନିକ ଅଧିକାରୀଙ୍କ ଅନୁପସ୍ଥିତରେ କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି l ସମସ୍ତ ଉନ୍ନୟନ କାର୍ଯ୍ୟ ଆରମ୍ଭ ସମୟରେ ସୂଚନା ଫଳକ ଦର୍ଶାଇବା ନିମନ୍ତେ ଗଣମାଧ୍ୟମରେ କ୍ରମାଗତ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଂଚଳ ବୋଲି ଏଠାରେ ସମସ୍ତ କାର୍ଯ୍ୟ ଶେଷ ପରେ ସୂଚନା ଫଳକ ରେ ତଥ୍ୟ ଦର୍ଶା ଯାଉଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେବା ସହ ଉକ୍ତ କାର୍ଯ୍ୟର ତଦନ୍ତ କରିବାକୁ ଦାବୀ ହୋଇଛି l ରାଇଘର ବ୍ଲକ୍ ରେ କ୍ରମାଗତ ଭାବେ ଅନେକ ନିମ୍ନ ମାନର କାର୍ଯ୍ୟର ତଦନ୍ତ ନିମନ୍ତେ ଦାବୀ ହେଉଥିବା ବେଳେ ସମସ୍ତ ଅଭିଯୋଗ ଫାଇଲ ଭିତରେ ଅଟକି ରହିଥିବା ବେଳେ ପ୍ରଶାସନ ଓ ଠିକାଦାର ମଧୁ ଚନ୍ଦ୍ରିକା ଯୋଗୁଁ ଦୁର୍ନିତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ବୋଲି ମତ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଡ଼ ପୋଡ଼ାଗୁଡା ପଂଚାୟତକୁ ମରୁଡି ଘୋଷଣା କର, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଚାଷି

masiha

ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ଲୋକାର୍ପିତ 

masiha

ପ୍ରାକ୍ତନ ଆଇପିଏସ୍ ଅଫିସରଙ୍କ ଦେହାନ୍ତରେ ରାଜ୍ୟ ଆଇ.ପି.ଏସ୍ ସଂଘ ତରଫରୁ ଶୋକସଭା ଓ ଶାନ୍ତି ପ୍ରାର୍ଥନା

masiha

Leave a Comment

error: Content is protected !!