ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବନ୍ଦେ ମାତରଂ

ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବନ୍ଦେ ମାତରଂ

 ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶରେ ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶରେ ୧୫୦ ଟି ସ୍ଥାନରେ ଏହି ମହୋତ୍ସବ ଆଜି ପାଳନ କରା ଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଉରକେଲା ବିଧାନସଭା କ୍ଷେତ୍ର ଆନୁକୁଲ୍ୟରେ ଡି ଏ ଭୀ ସ୍କୁଲ ନିକଟସ୍ଥ ରିଙ୍ଗ ରୋଡ ଛକ ଠାରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ସାମୁହିକ ସମ୍ପୂର୍ଣ୍ଣ ବନ୍ଦେ ମାତରଂ ଗୀତ ଗାନ କରାଯାଇଥିଲା ଓ ବନ୍ଦେ ମାତରଂ ଧ୍ୱନୀରେ ପରିବେଶ ପ୍ରତିଧ୍ଵନି ହୋଇଥିଲା । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ପ୍ରବକ୍ତା ଧୀରେନ୍ ସେନାପତି ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ଵାରା ଲିଖିତ ଏହି ଗୀତ ଭାରତବାସୀଙ୍କୁ ଏକତ୍ରିତ କରିବା ଓ ଇଂରେଜମାନଙ୍କ ସହିତ ଲଢ଼ିବା ପାଇଁ ଏହାର ଭୂମିକା ଯଥେଷ୍ଠ ଗୁରୁତ୍ବପୂର୍ଣ୍ଣ ଥିଲା ଓ ଦେଶ ପ୍ରେମ , ରାଷ୍ଟ୍ର ଭକ୍ତି ପ୍ରେରଣା ପ୍ରଦାନ କରିଥିଲା । ଏହା ସ୍ଵାଧୀନ ସଂଗ୍ରାମୀ ମାନଙ୍କ ଅମେଘା ଅସ୍ତ୍ର ଥିଲା ବୋଲି ପ୍ରକଟ କରିଥିଲେ । ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ସମସ୍ତେ ସ୍ୱଦେଶୀର ବ୍ୟବହାର କରିବା ପାଇଁ ଶପଥ ପାଠ କରାଇଥିଲେ। ଏହାପରେ ବନ୍ଦେ ମାତରଂ ସ୍ଲୋଗାନ ଦେଇ କର୍ମୀମାନେ ଛକର ଚତୃଦିଗରେ ଶୋଭାଯାତ୍ରା କରିଥିଲେ । ସେହିପରି ସେକ୍ଟର – ୮ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ସାମୁହିକ ସମ୍ପୂର୍ଣ୍ଣ ବନ୍ଦେ ମାତରଂ ଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା ଓ ବନ୍ଦେ ମାତରଂ ଧ୍ୱନୀରେ ପରିବେଶ ପ୍ରତିଧ୍ଵନିତ ହୋଇଥିଲା । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା. ରାଜ୍ୟ ପ୍ରବକ୍ତା ଧୀରେ ସେନାପତି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ଦିଲ୍ଲୀପ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ଭ୍ରମର ବର ବେହେରା, ଜିଲ୍ଲା ମନ୍ଦିର ସଭାପତି ହରେ କୃଷ୍ଣ ପାଢ଼ୀ, ମଧୁବାବୁ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତ ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ଵାରା ଲିଖିତ ଏହି ଗୀତ ଭାରତବାସୀଙ୍କୁ ଏକତ୍ରିତ କରିବା ଓ ଇଂରେଜମାନଙ୍କ ସହିତ ଲଢ଼ିବା ପାଇଁ ଏହାର ଭୂମିକା ଯଥେଷ୍ଠ ଗୁରୁତ୍ବପୂର୍ଣ୍ଣ ଥିଲା ଓ ଦେଶ ପ୍ରେମ , ରାଷ୍ଟ୍ର ଭକ୍ତି ପ୍ରେରଣା ପ୍ରଦାନ କରିଥିଲା । ସମଗ୍ର ଦେଶରେ ଏହା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଅମେଘ ଅସ୍ତ୍ର ଥିଲା ଓ ବ୍ରିଟିଶ ଶାସନ ଦୋହଲି ଯାଇଥିଲା ବୋଲି ପ୍ରକାଶ କରିଥିଲେ ଓ ଶେଷରେ ଭାରତ ସ୍ଵାଧୀନ ହୋଇ ପାରିଲା । ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ପରେଶ୍ ମିଶ୍ର ସମସ୍ତେ ସ୍ୱଦେଶୀ ବ୍ୟବହାର କରିବା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମର ରଘୁନାଥପଲ୍ଲୀର ସଂଯୋଜକ ଆଲୋକ ନାୟକ ପରିଚାଳନା କରିଥିବା ବେଳେ ପ୍ରାକ୍ତନ ମଣ୍ଡଳ ସଭାପତି ସନ୍ତୋଷ ବିରାଟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ମଳୟ ମହାପାତ୍ର, ବରିଷ୍ଠ ନେତା ଅଶୋକ ଲେଙ୍କା , ମନୋରଞ୍ଜନ ମୁନିଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ। ସଂଯୋଜକ ରଞ୍ଜିତ ନାୟକ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ , ସରୋଜ ଦାସ, ଦିଲ୍ଲୀପ ଦାଶ, ଶଶାଙ୍କ ଶେଖର ଜେନା, ଭ୍ରମରବର ବେହେରା, ଭବାନୀ କବି, ଅଜୟ କଂସରି, ରୋଶନ ସାହୁ ଙ୍କ ସମେତ ଶତାଧିକ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଅନଲାଇନ କୁଇଜ୍ ପ୍ରତିଯୋଗିତା 

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷତ ବେଳେ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରାୟଗଡ଼ା ଜିଲ୍ଲା ଯୁଵ କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!