ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ମାଣିକ ଫାଉଣ୍ଡେସନ୍‌ର ଦାଣ୍ଡିଆ ନାଇଟ୍ସ ,୨୦୦ ମହିଳାଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

ରାଉରକେଲାରେ ମାଣିକ ଫାଉଣ୍ଡେସନ୍‌ର ଦାଣ୍ଡିଆ ନାଇଟ୍ସ ,୨୦୦ ମହିଳାଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

ରାଉରକେଲା : ମାଣିକ ଫାଉଣ୍ଡେସନ୍ ପକ୍ଷରୁ ଭବ୍ୟ ଓ ରଙ୍ଗାରଙ୍ଗ ଦାଣ୍ଡିଆ ନାଇଟ୍ସ ଆୟୋଜିତ ହୋଇଯାଇଛି। ପ୍ରାୟ ୨୦୦ ଜଣ ମହିଳା ଉତ୍ସାହର ସହ ଯୋଗଦେଇ ନୃତ୍ୟ, ସଙ୍ଗୀତ ଓ ଆନନ୍ଦରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଉପନିର୍ଦ୍ଦେଶକ ସୁଦୀପ୍ତ କୁମାର ନାଏକ ଏବଂ ସୁନ୍ଦରଗଡ଼ କ୍ରୀଡ଼ା ସଂଘର ଉପନିର୍ଦ୍ଦେଶକ ସୁବ୍ରତ ତରାଇ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋରମା ଦାସ, ଡିଏସପି ସୁଶାନ୍ତ କୁମାର ଦାସଙ୍କ ପତ୍ନୀ, ମୁଖ୍ୟ ପରାମର୍ଶଦାତା ଦୀପକ ଦାସ, ମୁଖ୍ୟ ସୁରକ୍ଷା ଅଧିକାରୀ ସାରଙ୍ଗଧର, ବ୍ୟବସାୟୀ ରୂପେଶ କୋଠାରୀ, ପରାମର୍ଶଦାତା ବସନ୍ତ ପାଠୀ, ରଞ୍ଜିତ କୁମାର ବେହେରା, ପଦ୍ମିନୀ ପାଣିଗ୍ରାହୀ, ଇନ୍ଦିରା ପଣ୍ଡା, ଦେବସ୍ମିତା ଓ ଆଇନଜୀବୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଫାଉଣ୍ଡେସନ୍‌ର ସଭାପତି କାମିନୀ ମହାନ୍ତଙ୍କ ନେତୃତ୍ୱରେ ଏବଂ ସାଂସ୍କୃତିକ ସମ୍ପାଦିକା ଅର୍ଚ୍ଚନା ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବେଷ୍ଟ କଷ୍ଟ୍ୟୁମ୍, ବେଷ୍ଟ କପଲ୍, ବେଷ୍ଟ ଗ୍ରୁପ୍, ବେଷ୍ଟ ଡାଣ୍ଡିଆ ଆଉଟଫିଟ୍, ବେଷ୍ଟ ଆଙ୍କର୍, ବେଷ୍ଟ ସୋଲୋ ପରଫର୍ମର ଆଦି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ସ୍ୱାଧୀନତା ଦିବସ-୨୦୨୬ ନିମନ୍ତେ ଅଭ୍ୟାସ ପ୍ୟାରେଡ ଆରମ୍ଭ

Sunil Chandra Nayak

ଆସେକାରେ ଅଲଚିକି ର ଶତବର୍ଷ ପାଳନ ଆସନ୍ତା ୨୩ ରେ….

Sunil Chandra Nayak

କନ୍ଦରପୁର କଲେଜରେ ‘ନୂଆ- ଓ’ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!