ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ଝୁଲା ବ୍ରିଜ,ନଦୀକୂଳ ରିଙ୍ଗରୋଡ଼ ଏବଂ ଗ୍ରେଟର ରିଙ୍ଗରୋଡ଼ ନିର୍ମାଣକୁ ନେଇ ମନ୍ତ୍ରୀଙ୍କୁ ସାକ୍ଷାତ କକେ ବିଧାୟକ ଶ୍ରୀ ତନ୍ତୀ

ବେଦବ୍ୟାସ ଝୁଲା ବ୍ରିଜ,ନଦୀକୂଳ ରିଙ୍ଗରୋଡ଼ ଏବଂ ଗ୍ରେଟର ରିଙ୍ଗରୋଡ଼ ନିର୍ମାଣକୁ ନେଇ ମନ୍ତ୍ରୀଙ୍କୁ ସାକ୍ଷାତ କକେ ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା : ଓଡ଼ିଶାର ଅନ୍ୟତମ ସ୍ମାର୍ଟ ସିଟି ତଥା ଶିଳ୍ପ ସହର ରାଉରକେଲାକୁ ରାଜ୍ୟ ମାନଚିତ୍ରରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଇବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରିବା ଦାବିରେ ଆଜି ଭୁବନେଶ୍ୱରରେ ରାଜ୍ୟ ଆଇନ ,ଅବକାରୀ ଏବଂ ୱର୍କସ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସାକ୍ଷାତ କରି ଆଲୋଚନା କରିଥିଲେ । ଆଲୋଚନା ସମୟରେ ଝିରପାଣି ଠାରୁ ପାନପୋଷ ପର୍ଯ୍ୟନ୍ତ ନଦୀକୂଳରେ ଏକ ରିଙ୍ଗରୋଡ଼ ନିର୍ମାଣ କରିବା ସହିତ ସେଠାକୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଖପାଖରେ ଆବଶ୍ୟକତା ଅନୁସାରେ ଭିତ୍ତିଭୂମିର ବିକାଶ କରିବା ଏବଂ ଗ୍ରେଟର ରାଉରକେଲା ଯୋଜନା ଅନ୍ତର୍ଗତ ଏକ ଗ୍ରେଟର ରିଙ୍ଗରୋଡ଼ ନିର୍ମାଣ କରିବା ପାଇଁ ମନ୍ତ୍ରୀଙ୍କ ନିକଟରେ ବିଧାୟକ ଶ୍ରୀ ତନ୍ତୀ ନିଜ ପୂର୍ବ ଦାବିକୁ ଦୋହରାଇ ଏହି ସବୁ ପ୍ରକଳ୍ପର ଅଗ୍ରଗତି ତଥା ବର୍ତ୍ତମାନର ସ୍ଥିତି କଣ ବୋଲି ବିଧାୟକ ଜାଣିବା ପାଇଁ ଚାହିଁଥିଲେ । ଗ୍ରେଟର ରିଙ୍ଗରୋଡ଼ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ବିଭାଗ ଆରମ୍ଭ କରିଛି , ଖୁବଶୀଘ୍ର ଏ ସମ୍ବନ୍ଧରେ ପ୍ରଶାସନିକ ଅନୁମତି ପ୍ରାପ୍ତ ପରେ ବିଭାଗ ଅନ୍ୟାନ୍ୟ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଧାୟକ ଶ୍ରୀ ତନ୍ତୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନଦୀକୂଳରେ ରିଙ୍ଗରୋଡ଼ ନିର୍ମାଣ ସମ୍ବନ୍ଧରେ ହୋଇଥିବା ଚର୍ଚ୍ଚାବେଳେ ଏଥିପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ସର୍ଭେ ଆରମ୍ଭ ହୋଇଛି । ସର୍ଭେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।ସେହିପରି ବେଦବ୍ୟାସ ଠାରେ ନିର୍ମାଣ ହେବାକୁ ଥିବା ଝୁଲା ପୋଲ(କଂକ୍ରିଟ)ବ୍ରିଜ ନିର୍ମାଣ ସମ୍ବନ୍ଧରେ ହୋଇଥିବା ଚର୍ଚ୍ଚା ବେଳେ ଏହୂ କାର୍ଯ୍ୟପାଇଁ ଟେଣ୍ଡର ହୋଇ ସମ୍ପୃକ୍ତ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇସାରିଛି । ବର୍ଷାଦିନ ଚାଲୁଥିବାରୁ କାର୍ଯ୍ୟ ପ୍ରାରମ୍ଭ ହୋଇନଥିଲା, ବର୍ତ୍ତମାନ ଅତିଶୀଘ୍ର ବୋରିଙ୍ଗ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ତନ୍ତୀ ପ୍ରକାଶ ସୂଚନା ଦେଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବି.ଜେ.ବି. ୭୪ର ସାଧାରଣ ଅଧିବେଶନ

Sunil Chandra Nayak

ମାନସିକ ବିକାରଗସ୍ତ ଯୁବକର ଗଳିତ ମୃତ ଦେହ କୂଅରୁ ଉଦ୍ଧାର

Sunil Chandra Nayak

ଥଇଥାନ ହେଲେ ଦୁଇ ଅନାଥ ଶିଶୁ  

masiha

Leave a Comment

error: Content is protected !!