ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ 

 ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଓ ଖମାର ହଲଦି ଗ୍ରାମ ପଞ୍ଚାୟତ ସଭା ଗୃହ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ତରଫରୁ, ବିମ୍ ଜେଡ ଜର୍ମାନ ଓ ଚାଇଲ୍ଟ ଫଣ୍ଡଙ୍କ ମିଳିତ ସହାୟତାରେ ଏକ ଦିନିଆ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଦୁଇ ଗୋଟି ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରଥୁରାମ ବାଗ, ପ୍ରକଳ୍ପ ସଂଯୋଜକ ଆର୍ ସି ଡ଼ି ସି ସ୍ବାଗତ ଜଣାଇ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ଶ୍ରୀପୁରୁଷୋତ୍ତମ ରାଉତ ସରପଞ୍ଚ ଗୋଲାମୁଣ୍ଡା,ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଲାମୁଣ୍ଡା ସହଦେବ ଭଇଁସାଲ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଖମାର ହଲଦି ବିଶ୍ୱଜିତ ପଣ୍ଡା ତଥା ଗ୍ରାମ ପଞ୍ଚାୟତ ସ୍ତରୀୟ ଓ ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ତାଲିମଦାତ୍ରୀ ଭାବରେ ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଉପସ୍ଥିତ ରହି ଶିଶୁ ଅଧିକାର, ଶିଶୁ ନିର୍ଯ୍ୟାତନା ରୋକିବା,ବାଲ୍ୟ ବିବାହ ନ କରିବା, ଶିଶୁ ଶ୍ରମିକ ରୋକିବା, ଶିଶୁ ଅନୁକୂଳ ପଞ୍ଚ୍ୟାୟତ ଗଠନ କରିବା,ପଞ୍ଚ୍ୟାୟତ ସ୍ତରୀୟ ଶିଶୁ ସମିତିର ଭୂମିକା, ଦାୟିତ୍ଵ ଓ କାର୍ଯ୍ୟ ଉପରେ ବିଶଦ ଭାବରେ ତାଲିମ ପ୍ରଦାନ କରିଥିଲେ।ତାଲିମ କାର୍ଯ୍ୟକ୍ରମକୁ ଗୋଷ୍ଠୀ ପ୍ରବର୍ତ୍ତକ ସଞ୍ଜୟ କୁମାର ଅଘରିଆ,ସଞ୍ଜୀବ କୁମାର ନାଏକ, ଶିଶୁ ଶିକ୍ଷା ସାଥୀ ବିଦ୍ୟୁତ ପ୍ରଭା ଚଲାନ ଓ ଯାଜ୍ଞସେନୀ ହଂସ ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ଅଭାବୀ ବର୍ଷା ଯୋଗୁଁ ଚାଷକାମ ଅସମ୍ପୂର୍ଣ୍ଣ,ଚିନ୍ତାରେ ଚାଷୀ

masiha

ରଶ୍ମିପ୍ରଭାର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!