ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଆଇଆର କାର୍ଯ୍ୟ ତଦାରଖ ; ବିଧାୟକଙ୍କୁ ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ 

ଏସଆଇଆର କାର୍ଯ୍ୟ ତଦାରଖ ; ବିଧାୟକଙ୍କୁ ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ 

ଭଞ୍ଜନଗର,୩୧/୦୫ ଗତ ୩୦ ମେ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ । ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସମ୍ମାନ ରୂପେ ଜାରି କରାଯାଉଥିବା ଗଣନା ଫର୍ମ, ଭଞ୍ଜନଗର ବିଡ଼ିଓ ଓ ବିଏଲଓ ଙ୍କ ଉପସ୍ଥିତିରେ ହସ୍ତାନ୍ତର କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରିଥିଲେ।ଏଥିସହ ଉପଜିଲ୍ଲାପାଳ ଶ୍ରୀ ବେହେରା ଗାମୁଣ୍ଡି, ବାଉଁଶଲୁଣ୍ଡି, ଜିଲୁଣ୍ଡି ଓ ଅଗଝୋଳ ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ । ଗଣନା ଫର୍ମ ବଣ୍ଟନରେ ବିଭାଗୀୟ ଅଧିକାରୀ, ସୁପରଭାଇଜର ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏଇଆରଓ ଏବଂ ବିଏଲଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଥିଲେ ଏବଂ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବୁଝାଇଥିଲେ। ଉପଜିଲ୍ଲାପାଳ ଭୋଟରଙ୍କ ସହ ଆଲୋଚନା କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ। ବିଏଲଓ ମାନଙ୍କୁ ନିଷ୍ଠାର ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ଭୋଟର ବିଏଲଓଙ୍କୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ କହିଛନ୍ତି।

Related posts

ବାବାସାହେବ ଥିଲେ ସମଗ୍ର ବିଶ୍ବର ଆଲୋକବର୍ତ୍ତିକା ବିଶ୍ବନାଥପୁରରେ ବିଶ୍ବରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା ଓ ଭବ୍ୟ ସମାରୋହ

Sunil Chandra Nayak

ଏନ୍ ଏସ ପି ସି ଏଲ୍ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ମୃତ୍ୟୁ ଘଟଣା,ଚାକିରି ଓ କ୍ଷତିପୂରଣ ପ୍ରଦାନ ପାଇଁ ସି ଆଇ ଟି ୟୁ ସହିତ ଚୁକ୍ତିନାମା ସ୍ବାକ୍ଷରିତ

masiha

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

Leave a Comment

error: Content is protected !!