ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା

ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା 

ରାଉରକେଲା: ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ରଚନା,ରାଇମ୍ସ, କୈ।ତୁକ ପୋଷାକ,ଏକକ ଅଭିନୟ, ବତ୍କୃତା, ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ମମତା ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା,ଡ ଅପର୍ଣ୍ଣା ଧର,ଶିଳ୍ପା ପ୍ରସନ କୁମାର,ଫତିମା ଫିରୋଜ ଘଡିଆନୀ,ମେରୀ ଥୋମାସ, ଲଳିତେନ୍ଦୁ ମହାନ୍ତି,ଗୈ।ତମ ରାୟ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନର ୧୪ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମ ପରିଚାଳନା ରେ ଧନଲକ୍ଷ୍ମୀ,ଶ୍ବାସ୍ବତୀ, ଅନିକେତ,ରିୟା,ଆଶ୍ରିତା ଓ କୃତିସ୍ମିତା ପ୍ରମୁଖ ସହଯୋଗ କରିଥିଲେ।

   ସେହିପରି ଅନ୍ୟତମ କାର୍ଯ୍ୟକ୍ରମ ୧୨୫ ତମ ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ କରାଯାଇଥିଲା। ସେକ୍ଟର ୨୦ ସ୍ଥିତ ବୈକୁଣ୍ଠ ଘାଟ ନିକଟସ୍ଥ ନୂତନ ଭାବେ ନିର୍ମିତ ହେଇଥିବା ପାର୍କ ଠାରେ ଜଗଦା ମାନବ ସେବା ସଦନର ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ କରାଯାଇଥିଲା। ଚଳିତ ମାସରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟେକଙ୍କ ପାଇଁ ଅନୁଷ୍ଠାନ ତରଫରୁ କେକ୍ କଟାଯାଇ ଉପହାର ପ୍ରଦାନ ଓ ସମସ୍ତ ଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

masiha

ଜ଼ିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

masiha

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଵ୍ୟମୋ କେଶ ପୁରୋହିତ

masiha

Leave a Comment

error: Content is protected !!