ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଡିଏମ୍‌ଡି ପୀଡ଼ିତ ୧୪ ବର୍ଷୀୟ ବାଳକଙ୍କ ଚିକିତ୍ସା ପାଇଁ ସିଏମ୍‌ଆର୍‌ଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ପରିବାରକୁ ଚେକ୍ ହସ୍ତାନ୍ତର କଲେ ଜିଲ୍ଲାପାଳ

ନୂଆପଡ଼ାରେ ଡିଏମ୍‌ଡି ପୀଡ଼ିତ ୧୪ ବର୍ଷୀୟ ବାଳକଙ୍କ ଚିକିତ୍ସା ପାଇଁ ସିଏମ୍‌ଆର୍‌ଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ପରିବାରକୁ ଚେକ୍ ହସ୍ତାନ୍ତର କଲେ ଜିଲ୍ଲାପାଳ

ନୂଆପଡ଼ା,୩୦.୦୫.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଶନିବାର ଏକ ଡୁଚେନ୍ ମସ୍କୁଲାର ଡିଷ୍ଟ୍ରୋଫି (DMD) ରୋଗରେ ପୀଡ଼ିତ ୧୪ ବର୍ଷୀୟ ବାଳକର ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୧୦ ଲକ୍ଷ ଟଙ୍କାର ସହାୟତା ଚେକ୍ ପ୍ରଦାନ କରିଛନ୍ତି।

ଖଡ଼ିଆଳ ଥାନା ଅନ୍ତର୍ଗତ ଗୌଡ଼ଧୁଆ ପଦର ଗ୍ରାମର ସଚିନ ଶବର ଦୀର୍ଘଦିନ ଧରି ଏହି ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଚେକ ତାଙ୍କ ପିତା ଗଣେଶ ଶବରଙ୍କୁ ହସ୍ତାନ୍ତର କରାଯାଇଛିl 

ଗଣେଶ ଶବରଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟୟ ବହନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନଥିଲା। 

ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନର ଯାଞ୍ଚ ଓ ସୁପାରିଶ ପରେ ଚିକିତ୍ସା ନିମନ୍ତେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଗୁରୁତର ଓ ଦୁରାରୋଗ୍ୟ ରୋଗରେ ପୀଡ଼ିତ ଅସହାୟ ରୋଗୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ପାଲଟିଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସୁବିଧା ଯଥାଶୀଘ୍ର ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି।

ଏହି ଅବସରରେ ଉପ ଜିଲ୍ଲାପାଳ (ଜରୁରୀକାଳୀନ) ଶେଖ ନସୀମ ଉପସ୍ଥିତ ଥିଲେ। ସହାୟତା ମଞ୍ଜୁର ହୋଇଥିବାରୁ ସଚିନ ଶବରଙ୍କ ପରିବାର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି l

Related posts

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

Sunil Chandra Nayak

ମାମୁଁ ଘରକୁ ଯାତ୍ରା ଦେଖି ଯାଇଥିବା ବେଳେ ଖୋଲା କୂଅରେ ପଡି ୧୨ ବର୍ଷ ବାଳକର ମୃତ୍ୟୁ

Sunil Chandra Nayak

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!