ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ଯାଳୟର ବାର୍ଷିକ ଉତ୍ସବ 2024 ପାଳିତ

ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ଯାଳୟର ବାର୍ଷିକ ଉତ୍ସବ 2024 ପାଳିତ

ତଳଅଂଚଳବାଡୀ ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ଯାଳୟର ବାର୍ଷିକ ଉତ୍ସବ 2024 ପାଳିତ,ଆୟୋଜିତ ଉତ୍ସବରେ ରାୟଗଡ ଜିଲ୍ଲା କଲ୍ଯାଣସିହପୁର ବ୍ଲକ ଅଧିନସ୍ଥ ତଳଅଂଚଳବାଡି ସରକାରୀ ସେବା ଶ୍ରମ ବିଦ୍ଯାଳୟର ପ୍ରଧାନ ଶିକ୍ଷକଙ୍କ ଆହ୍ବାନକ୍ରମେ ଓ ବିଦ୍ଯାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ, ନେତୃତ୍ବରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ଯ ଅତିଥି ରୂପେ କଲ୍ଯାଣସିଂହପୁର ବ୍ଲକ ମଙ୍ଗଳ ଅଧିକାରୀ ଶ୍ରୀ ଚନ୍ଦନ ଦାସ ବାଙ୍ଗାରୀ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ରୂପେ ଡିଆଇ ଶ୍ରୀ ସ୍ବାମଘନ ଭୁୟାଁ ଏବଂ ସମ୍ମାନିତ ଅତଥି ଭାବେ କୁଟୁଳୀ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଗୋପି ପରିଚ୍ଛା, ବେଲକୋଣା ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଂଜନ କୁମାର ଧଳ, ତଳଅଂଚଳବାଡୀ ବିଦ୍ଯାଳୟ ଶିକ୍ଷକ ଶ୍ରୀ ଅଜୟକୁମାର ପାଣିଗ୍ରାହୀ ପ୍ରମୁଖ ମଂଚାଶୀନ ରହିଥିବା ବେଳେ କାର୍ଯ୍ଯକ୍ରମକୁ ବିଦ୍ଯାଳୟର ଶିକ୍ଷକ ସୁନିଲ କୁମାର ବେହେରା, ଶିକ୍ଷୟିତ୍ରୀ ରଶ୍ମୀ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ | ବିଭିନ୍ନ କ୍ରୀଡା ଯଥା କବାଡୀ, କ୍ରିକେଟ୍, 100 ମିଟର ଦୈଡ, କ୍ସିପିଙ୍ଗ୍, ମ୍ଯୁଜିକାଲ ଚେୟାର ଏବଂ ଡ୍ରଇଙ୍ଗ୍ କମ୍ପିୁଟିସେନ, ଦୈଡି ଡିଆଁ ପ୍ରଭୁତି ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି ଅବସରରେ ଚାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଶଣ କରାଯାଇଥିଲା | ବାର୍ଷିକ ଉତ୍ସବ କାର୍ଯ୍ଯକ୍ରମ ରବିବାର 2024 ଜାନୁଆରୀ 28 ତାରିଖ ସକାଳ 10 ଘଟିକା ସମୟରେ ଆରମ୍ଭ ହୋଇ ସନ୍ଧ୍ଯା 7 ଘଟିକା ସମୟରେ ସମାପ୍ତ ହୋଇଥିଲା |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କନିଷ୍ଠ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

କପିଳାସ ଠାରେ ମହାଶିବରାତ୍ରୀ ଜାଗର ଅବସରରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ  

Sunil Chandra Nayak

Leave a Comment

error: Content is protected !!