ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟ, ଭଟାଙ୍ଗପଦର   ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

ସରକାରୀ ଉଚ୍ଚ ବିଦ୍ୟାଳୟ, ଭଟାଙ୍ଗପଦର 

 ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା, ୨୩।୨, ଆଞ୍ଚଳିକ ସାଧନ କେନ୍ଦ୍ର ଭଟାଙ୍ଗପଦର ଆନୁକୁଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ , ଭଟାଙ୍ଗପଦର , ଲାଞ୍ଜିଗଡ ଠାରେ ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନି କୁନି ପିଲାମାନଙ୍କୁ ଖେଳନା ମାଧ୍ୟମରେ ପାଠ ପଢାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାକୁ ବିଶିଷ୍ଠ ମୂର୍ତ୍ତିକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଭାସ କୁମାର ମିଶ୍ର, ମେରିଲିନ ସୁଧାଂଶୁ ମୟୀ ମହାନ୍ତି , ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ ପ୍ରମୁଖ ଉଦ୍‌‌ଘାଟନ କରିବା ସହ କର୍ମଶାଳା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପାଠପଢାକୁ ଆନନ୍ଦ ଦାୟକ, ଆଗ୍ରହପୂର୍ଣ୍ଣ କରିବା ସହ ପିଲାମାନେ କିପରି ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ଏବଂ କିପରି ସ୍ୱଳ୍ପ ମୂଲ୍ୟରେ ଓ ବିନାମୂଲ୍ୟରେ ଶିକ୍ଷାଦାନ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ ସେ ସଂପର୍କରେ କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମାଟି ମୂର୍ତ୍ତି ତଥା ଖେଳଣା ପ୍ରସ୍ତୁତି କରାଯାଇଥିଲା । ଉକ୍ତ କାର୍ଯକ୍ରମର ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ସଂସ୍କୃତ ବିଭାଗ ପ୍ରାଧ୍ୟାପକ ଡ଼. ନିରଞ୍ଜନ ଶବର, ମୁଖ୍ୟବକ୍ତା, ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ମେଜର ଡ଼. ଜୟଦେବ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ, ଲାଞ୍ଜିଗଡ ଶ୍ରୀମତୀ ନମିତା ରାଣୀ ଭୋଇ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବିଷୟ ରେ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଭଟାଙ୍ଗପାଦର ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଏବଂ ଅନୁଷ୍ଠାନ ରୁ ମୂକ୍ଷ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ -୨୪ ପାଇଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ମଶାଳାରେ ଶିକ୍ଷକ ପ୍ରଶିକ୍ଷକ ଇଶ୍ୱର ଚନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଭାରତ ଭୂଷଣ ସାହୁ, ଲକ୍ଷ୍ମୀ ପ୍ରିୟା ମୁଦୁଲି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଝଷକେତନ ପଧାନ ତଥା ଭଟାଙ୍ଗପଦର କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିବ ପ୍ରସାଦ ଦାସ ଏବଂ ଧନ୍ୟବାଦ ଦେଇଥିଲେ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥି ।

ମସିହା ନିୟୂଜ୍ ସର୍ଭିସ୍

Related posts

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର

masiha

ରାଷ୍ଟୀୟଏକତା ଦିବସରେସଂସାରଫଳ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ବାଲ୍ୟ ବିବାହ ସମସ୍ୟାକୁ ରୋକିବାକୁ ହେଲେ ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀଙ୍କର ସହଯୋଗ ଆବଶ୍ୟକ: ଅତିରିକ୍ତ ଜିଲ୍ଲାପାଳ

Leave a Comment

error: Content is protected !!