ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

ନୂଆପଡା // ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ ରେ ଜନ ଶକ୍ତି ଅଭିଯାନ ପକ୍ଷରୁ ଆବାହକ ପ୍ରଫୁଲ୍ଲ ସାମନ୍ତରା ଏକ ସମ୍ବାଦିକ ସମ୍ମିଳନୀରେ ସୁନାବେଡା ଅଭୟାରଣ୍ୟର ସମସ୍ୟା ସାଙ୍ଗକୁ ପହରିଆ ଆଦିମ ଜନଜାତି ଙ୍କୁ ପାରମ୍ପରିକ ଜଂଗଳ ଅଧିକାର ଆଇନ ଭୁକ୍ତ କରିବାକୁ ଦାବି କରିଛନ୍ତି। ପହରିଆ ଆଦିମ ଜନଜାତି। ଜଙ୍ଗଳ ଏବଂ ପହରିଆ ଙ୍କ ଅତି ନିବିଡ଼ ସମ୍ପର୍କ ଅଟେ। ଏହି ଜନଜାତି ଆଦିବାସୀ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଆଦିବାସୀ ମାନ୍ୟତା ପ୍ରଦାନ ଏକ ପ୍ରସଙ୍ଗ ଅଟେ। କିନ୍ତୁ ପହରିଆ ପାରମ୍ପରିକ ବନବାସୀ ରୂପ ଜଂଗଳ ଅଧିକାର ଆଇନର ସମସ୍ତ ସୁବିଧା ପ୍ରଦାନ ପାଇଁ ଆହ୍ବାନ କରିଛନ୍ତି। ଆଇନ ରେ ପହରିଆଙ୍କ ପାଇଁ ସଂଶୋଧନ ର ଆଵଶ୍ୟକତା ରହିଅଛି। ସେହିପରି ଆଧାର କାର୍ଡ ଲିଂକ ନ ଥିବା ସଦସ୍ୟ ଯୋଗୁଁ ଖାଉଟି ସମଗ୍ରୀ ରୁ ବଞ୍ଚିତ ରଖିଛନ୍ତି।ମାନ୍ୟବର ହାଇକୋର୍ଟ ଏହି ସଂକ୍ରାନ୍ତରେ ଏକ ନିର୍ଦ୍ଧେଶ ଦେଇଛନ୍ତି। ରାସନ କାର୍ଡ ରେ ନାମ ଥାଇ ଆଧାର କାର୍ଡ ପାଇଁ କୌଣସି ହିତାଧିକାରୀ ବଞ୍ଚିତ ହେବେ ନାହିଁ। ତେଣୁ ଅଭୟାରଣ୍ୟରେ ଅନେକ ସନ୍ତାନ ଙ୍କ ଖାଉଟି ସାମଗ୍ରୀ ପ୍ରଦାନ ପାଇଁ ଦାବି କରିଛନ୍ତି। ଅଭୟାରଣ୍ୟରେ ଶିକ୍ଷା ସୁଦୃଢ଼ କରିବା ନେଇ ଦାବି କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଲେ ସାଂସଦ ଓ ବିଧାୟକ 

masiha

ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ବୁଲେଇ ବେହେରା ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!