ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଗୋ ମାତା ସୁରକ୍ଷା

ଗୋ ମାତା ସୁରକ୍ଷା

   ହଜି ଯାଇଅଛି ପୁରୁଣା ସଭ୍ୟତା,
ପୁରୁଣା ସଂସ୍କୃତି ଆଜି,
ଗୁହାଳ ଘରରେ ବନ୍ଧା ହେଉନାହିଁ,
ଆମର ଗୋ ମାତା ଆଜି।
ପୁରାଣ ପୃଷ୍ଠାରେ ଦେଖିଲେ ପାଇବୁ,
ଗୋ ମାତା ଗୌରବ କଥା,
ଗୋମୟ ପବିତ୍ର ପୂଜା ସ୍ଥଳେ ଲୋଡା,
ଲେଖିଛି ଏକଥା ଗୀତା।
ଗହ୍ମା ପୁନେଇଁରେ ଗାଈଙ୍କୁ ବନ୍ଦାଇ,
କରୁଥିଲେ ସର୍ବେ ପୂଜା,
ହେଲେ ସବୁ ଆଜି ସ୍ମୃତି ପାଲଟିଛି,
ହେଉନାହିଁ ଲୋଡା ଖୋଜା।।
ସଭିଏଁ ଧାଇଁଲେ ସହରିଆ ପାଇଁ
ହେବକି ଗୋକୁଳ ରକ୍ଷା?,
ପ୍ୟାକେଟ କ୍ଷୀରରେ ଦିନ ବିତିଯାଏ
ମିଳେନା ତଥାପି ଶିକ୍ଷା।।
ଗୋଧୂଳି ଵେଳାରେ ଉଡେ଼ ନାହିଁ ଆଉ
ଗୋଗୋଷ୍ଠ ପଲର ଧୂଳି,
ଶୁଭେ ନାହିଁ ଆଉ ବଇଁଶୀର ସ୍ଵନ
ଗୋପାଳ ପୁଅର ମେଳି।।
କେମିତି ସୁରକ୍ଷା ପାଇବେ ଗୋମାତା
କଂସେଇଁ ଖାନା ତ ଭରା,
ଆଖିର ଲୁହ ତ ଆଖିରେ ଶୁଖ ଇ 
ଦେଖି ଏଇ ଚିତ୍ର ପରା।।
ହୋଇଲାଣି ଆଜି ବିବେକର ନାଶ,
ପାଇଲାଣି ସବୁ ଧ୍ଵଂସ,
ତଥାପି କାହାର ଆଖି ଖୋଲୁନାହିଁ
ସବୁ ଜଣେ ଜଣେ କଂସ।।

ଚିତ୍ରା ରାଣୀ ପାତ୍ର

      ବାଲେଶ୍ଵର

Related posts

ମିନତି ଦାସ ଙ୍କ କବିତା l l ଶୀତ ଆସିଛି l l

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା _ଶୀତ ସକାଳ _

Sunil Chandra Nayak

ଚନ୍ଦ୍ର ଶେଖର ଶବର ଙ୍କ କବିତା // ବସନ୍ତ ନିବାସ

Sunil Chandra Nayak

Leave a Comment

error: Content is protected !!