ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ୫୨ ଭି ଏସ ଏସ କମିଟିର ବୈଠକ ଅନୁଷ୍ଠିତ

କୋକସରା,୩/୦୪- କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ୧୨,୯୮୯ ହେକ୍ଟର ଅଞ୍ଚଳ ପରିମିତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଗତ କିଛି ବର୍ଷ ହେବ ଜଙ୍ଗଲ ମାଫିଆ ଓ ମକା ମାଫିଆଙ୍କ ଲୋଲୁପ ଦୃଷ୍ଟି କାରଣରୁ ହେକ୍ଟର ହେକ୍ଟର ଜଙ୍ଗଲ ଏବେ ପଦା ହୋଇ ସାରିଛି। ପଡୋଶୀ ନବରଙ୍ଗପୁର, ରାୟଗଡା, ଉମରକୋଟ ମାଲକାନଗିରି ଅଞ୍ଚଳର କିଛି ସାହୁକାର ଏହି ଜଙ୍ଗଲରେ ସ୍ଥାନୀୟ ଆଦିବାସୀଙ୍କୁ ଢାଲ କରି ଅବାଧରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ କରି ମକା ଚାଷ କରି ଆସୁଛନ୍ତି। ଫଳରେ ଗତ କିଛି ବର୍ଷ ହେବ ଜଙ୍ଗଲ ପଦା ହେବାକୁ ବସିଲାଣି। ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ବେହେରା, ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ରହିଥିବା ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ରହିଥିବା ୫୨ ଗୋଟି ଜଙ୍ଗଲ ସୁରକ୍ଷା ସମିତି କର୍ମକର୍ତ୍ତା ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ରବିବାର କୋକସରା ବ୍ଲକ ମହିମା ପଞ୍ଚାୟତ ମହାଭାରତ ପଡ଼ିଆ ଠାରେ ଜଙ୍ଗଲ ସୁରକ୍ଷା କମିଟିର ଆବାହାକ ନିରଞ୍ଜନ ବାଗ, ଭଜମନ ନାଏକ, ହିମାଞ୍ଚଳ ପୁଝାରି, ଭୁଜବଲ ସୋରି, ସୁବାସ ଚନ୍ଦ୍ର ଖର୍ସେଲ ଓ ନେତ୍ରାନନ୍ଦ ମାଝୀଙ୍କ ମିଳିତ ନେତୃତ୍ୱରେ ଅନୁଷ୍ଠିତ ବୈଠକର ସଭାପତି ଗୋବିନ୍ଦ ଭଇଁସାଲଙ୍କ ସଭାପତିତ୍ୱରେ ୫୧ ଗୋଟି ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ବୈଠକର ମୂଲଲକ୍ଷ୍ୟ ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତ ଭିଏସଏସ କମିଟି ଏକ ହେବା ଓ ଜଙ୍ଗଲର ସୁରକ୍ଷା କରିବା। ଜଙ୍ଗଲ ସୁରକ୍ଷା ପାଇଁ ବୈଠକରେ ଆଲୋଚନା ପରେ ସର୍ଵ ସମ୍ମତିରେ ଏକ କମିଟି ଗଠନ କରାଯାଇଛି। କମିଟିର ସଭାପତି ଭାବେ ଭୁଜବଲ ମାଝୀ, କାର୍ଯ୍ୟକାରୀ ସଭାପତି ଧନବଲ ମାଝୀ, ଉପ ସଭାପତି ପରୀକ୍ଷିତ ବେଶ୍ରା, କ୍ଷେତ୍ର ମାଝୀ, ସମ୍ପାଦକ ଟିକଚନ ମାଝୀ, ସହ ସମ୍ପାଦକ ତ୍ରିନାଥ ପୋଟା, କୋଷାଧ୍ୟକ୍ଷ ନିରଞ୍ଜନ ବାଗଙ୍କୁ ମନୋନୀତ କରାଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ଅଲିଭା ଏବଂ ଶାନ୍ତିଲତା

Sunil Chandra Nayak

ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା

Sunil Chandra Nayak

ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!