ସାହିତ୍ୟ ଅଗଣାଗାୟତ୍ରୀ ସିଂହ ଙ୍କ କବିତା = ଦେବସ୍ନାନ ପୂର୍ଣ୍ଣିମା by Sunil Chandra NayakJune 5, 2023087 Share1 ଦେବସ୍ନାନ ପୂର୍ଣ୍ଣିମା ରତ୍ନବେଦୀ ଛାଡି ସ୍ନାନବେଦୀ ରେ ବିଜେ ଚତୁର୍ଦ୍ଧା ବିଗ୍ରହ ଗଜାନନ ବେଶେ ଦରଶନ ଦେବେ ଛୁଟିଛି ଭକ୍ତ ଙ୍କ ସୁଅ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଦେବସ୍ନାନ ପୂର୍ଣ୍ଣିମା ହୋଇଥାଏ ପାଳନ ସୁନା କଳସ ରେ ସୁବାସିତ ଜଳେ ସ୍ନାନ ଲୀଳା ସମାପନ । ଶହେ ଆଠ ଗରା ଦାରୁ ଦିଅଁ ସ୍ନାନ ଜ୍ୱର ରେ ପୀଡିତ ହୋଇ ଦଇତାପତି ଙ୍କ ସେବାକାର୍ଯ୍ୟ ବଢେ ପ୍ରଭୁ ତୁମେ ଭାବଗ୍ରାହୀ । ପଟି ମୂର୍ତ୍ତି ସ୍ଥାପି ଆରାଧନା ବିଧି ନେତ୍ରୋତ୍ସବ ଆଗମନ ସେ ପନ୍ଦର ଦିନ ଭକତ କରଇ ଅଲାରନାଥ ଦର୍ଶନ । ଗାୟତ୍ରୀ ସିଂହ ଆଠମଲ୍ଲିକ ଅନୁଗୁଳ