ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା = ଜୟ ସୀତା ରାମ 

ଜୟ ସୀତା ରାମ 

 କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଜୟ ହେ କୌଶଲ୍ୟା ନନ୍ଦନ ଜୟ ଜାନକୀ କାନ୍ତ,
ଜୟ ରଘୁକୁଳ ତିଳକ ଜୟ ଜୟ ଅନନ୍ତ ।।
ଜୟ ହେ ପୁରୁଷ ଉତ୍ତମ ପ୍ରଭୁରେ ସର୍ବୋତ୍ତମ,
ଜୟ ପ୍ରିୟ ଭ୍ରାତା ଲକ୍ଷ୍ମଣ ଜୟ ମହା ମହିମ ।।
ଜୟ ଜୟ ଧର୍ମ ରକ୍ଷକ ପୁତ୍ର ଧର୍ମକୁ ପାଳି,
ଚଉଦ ବରଷ ବନକୁ ପ୍ରଭୁ ଗଲ ହେ ଚଳି ।।
ନୀତି ଆଦର୍ଶକୁ ପାଳନ କରି ଏହି ମହୀରେ,
ଏକ ପତ୍ନୀବ୍ରତ ପାଳନ କରିଥିଲ ଧରାରେ ।।
ଜୟ ହେ ସୁଗ୍ରୀବ ମଇତ୍ର ହନୁମାନଙ୍କ ପ୍ରଭୁ,
ଜୟ ହେ କୋଦଣ୍ଡ ଧାରକ ଦୁଃଖ ଦୂରାଅ ଭବୁ।।
ଜୟ ହେ ଅହଲ୍ୟା ତାରକ ଦଶରଥ ନନ୍ଦନ,
ଶାବରୀ ଅଇଁଠା ଖାଇଲ ଭକ୍ତିରେ ଭଗବାନ।।
ଜୟ ନିରାକାର ମୁରାରି ମହୀ ଉଶ୍ୱାସ ପାଇଁ,
ତ୍ରେତୟା ଯୁଗରେ ହେ ପ୍ରଭୁ ଶ୍ରୀରାମ ରୂପ ବହି।।
ଦଶାନନ ନାଶ କଲ ହେ ସୀତା ମାତା ଉଦ୍ଧାରି,
ମନ୍ଦୋଦରୀ ମହାରାଣୀଙ୍କୁ ସତୀ କଲ ଏ ପୁରି ।।
ରାଜ୍ୟ ଅଭିଷେକ କରାଇ ବିଭୀଷଣ ସଖାର,
ଧରମ ରଖିଛ ହେ ପ୍ରଭୁ ତୁମ କୃପା ଅପାର ।। 
ମର୍ଯ୍ୟାଦା ପୁରୁଷୋତ୍ତମ ହେ ପ୍ରଜା ବତ୍ସଳ ହୋଇ,
ଜନକ ନନ୍ଦିନୀ ଛାଡ଼ିଲ ପ୍ରଭୁ ବନରେ ନେଇ।।
କେତେ ସହି ନାହଁ ଜୀବନେ ସୀତା ମାତାଙ୍କ ସହ,
ଯେବେ ଭାବୁଥାଏ ମନରେ ଆସିଯାଏ ହେ କୋହ ।।
ସମାଜର ହିତ ପାଇଁ ହେ ତୁମେ ଧର୍ମ ପାଳକ,
ସତ୍ୟ ,ନ୍ୟାୟ ପଥେ ଚଳି ହେ ଶିକ୍ଷା ଦେଲ ଅନେକ।।
କି ଗାଇବି ତୁମ ମହିମା ମୁଢ଼ ମତି ମୋହର,
ହୃଦୟେ ବିରାଜି ଥିବ ହେ କୃପା ଢ଼ାଳି ଅପାର।।
ତୁମର ସୁଗୁଣ ସବୁକୁ ଦେବ ଆନନ୍ଦ ଭରି,
ହସି ଉଠିବ ଏ ଦୁନିଆଁ ହେବ ସରଗପୁରି।।
ଜୟ ସୀତା ରାମ ଶ୍ରୀରାମ ଜୟ ଜଗତପତି,
କୋଟି ପ୍ରଣିପାତ ଜଣାଏ ଢ଼ାଳି ଅନ୍ତର ଭକ୍ତି।।

ଫୁଲବାଣୀ, କନ୍ଧମାଳ

Related posts

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

masiha

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ଶ୍ରମିକ

ମାମି ପାତ୍ର ଙ୍କ କବିତା __ ଶୀତ __

Sunil Chandra Nayak

Leave a Comment

error: Content is protected !!