ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

l l l ଜଣାଣ l l l

 

ମାନଗୋବିନ୍ଦ ସ୍ବାଇଁ

ଭକତି ନଥିଲେ ଶକତି ଯେ ନାହିଁ
      ଭାବରେ ତାଙ୍କୁ ହଁ ଦେଖ
ମୁକତିର ଗାଥା କହେ ପ୍ରଭୁ ଲୋକ
   ମିଳିବ ଜୀବନ ସୁଖ।
ଯେଉଁଠି ଥାଆରେ ଭାବନାର ଦେଖା
    ପ୍ରଭୁ ପରଂବ୍ରହ୍ମ ଭକ୍ତି
ସମଗ୍ର ଜଗତ ତାଙ୍କରି ଆଜ୍ଞାରେ
   ଦେଇଥାନ୍ତି ଶକ୍ତି ମୁକ୍ତି।
ସୁଖ ଶାନ୍ତି ତାଙ୍କ ଆଦେଶ ପ୍ରଦାନ
     ପ୍ରତୀକ୍ଷା ଆସେ ସେ ଦିନ
ପ୍ରଭୁଙ୍କୁ ଭାବରେ ଡାକି ଦେଲେ ଥରେ
    ପ୍ରଭୁ କହେ ଶାନ୍ତି ମନ।
ବାହାର ଭିତର କରିଦେ ସମାନ
    ମିଳିଯିବ ତତ୍ବଜ୍ଞାନ
ଜଳ ସ୍ଥଳ ନଭ ସଭିଙ୍କ ଭିତରେ
    ଦିବ୍ୟ ଦେହେ ଭଗବାନ।
ଅଦୃଶ୍ୟ ରୂପରେ ଆମରି ପାଖରେ
   ବୁଝେ ଆମ ଭଲମନ୍ଦ
ଦର୍ଶନ କରିଲେ ଫଳ ପ୍ରାପ୍ତି ହୁଏ
   ପ୍ରଭୁ ଜୀବନ ଆନନ୍ଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଆବାହନୀ ନୂତନ ବର୍ଷର ।।

Sunil Chandra Nayak

ପରମାନନ୍ଦ ଠାକୁର ଙ୍କ କବିତା = ନାରୀ ଆଜି ସ୍ଵାଧୀନ

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା = ଶବ୍ଦ

Sunil Chandra Nayak

Leave a Comment

error: Content is protected !!