ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ କବିତା // ସକାଳର ଜଣାଣ // କାମନା ବାସନା

ସକାଳର ଜଣାଣ

କାମନା ବାସନା

 ବିଜୟ କୁମାର ଜେନା

କାମନା ବାସନା କବଳରେ ପଡ଼ି
            ତୁମକୁ ବି ଭୂଲି ହୁଏ 
ଏ କି ମାୟା ପ୍ରଭୁ ବୁଝପାରୁନାହିଁ
              ଦିନ ସବୁ ସରି ଯାଏ।
କେମିତି ଡାକିବି ତୁମକୁ ହେ ନାଥ
               କେମିତି ଶୁଣିବ କଥା
ବରଷ ବରଷ ଯାତନା ଭୋଗୁଛି
               କେବେ ସରାଇବ ବ୍ୟଥା।
ଜୀବନ ଯାତ୍ରାରେ ସଫଳ ନ ହେଲେ
                 ବ୍ୟର୍ଥ ମନୁଷ୍ୟ ଜୀବନ
ମୋ ଦେହ ଜୀବାତ୍ମା ମିଶିବ ମିଶିବ
                 ପରମ ଆତ୍ମା ଚିନ୍ତନ।
ନିରନ୍ତର ଚେଷ୍ଟା କରି କରି ମୁହିଁ
                 ପଡିଲିନି ଏବେ ଥକି
ଆଉ କେତେ କାଳ ବାକି ଅଛି ମୋର 
                 ଚକା ଆଖି ରହୁ ସାକ୍ଷୀ।
ଶେଷ ଯାତ୍ରା ମୋର ସୁଗମ କରିବ
                  ମୁଖେ ଥିବ ତୁମ ନାମ
ସଂସାର ପଥରେ ସତ୍ୟ ସତ୍ୟ ନିତ୍ଯ
                  ଜନମ ପରେ ମରଣ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ରଣପୁର ନୟାଗଡ଼

Related posts

ସୁଜାତା ଦାସ ଙ୍କ କବିତା ___ ତୁମେ ___

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏତ ପ୍ରଚାର ପ୍ରସାର ଯୁଗ

Sunil Chandra Nayak

କୁମାର ରଞ୍ଜନ ଙ୍କ କବିତା = ସତହେଲା ଜହ୍ନ ମାମୁଁ ଲୋରୀ 

masiha

Leave a Comment

error: Content is protected !!