ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନର୍ମଦା ନାୟକ ଙ୍କ କବିତା // ଭୋଳେଶ୍ଵର

  ଭୋଳେଶ୍ଵର

ଆହେ ମହଯୋଗୀ ପ୍ରଭୁ ଭୋଳେଶ୍ଵର
          ସର୍ବତ୍ୟାଗୀ ସିଦ୍ଧେଶ୍ୱର
ପନ୍ନଗର ହାର ବୃଷଭ ବାହନ
       ଭସ୍ମଲେପିତ ଶରୀର ll 
କଇଲାସ ଗିରି ତବ ତପସ୍ଥଳ
     ଭ୍ରମଣରେ ଶମଶାନ
ଦେବଗଣେ ଦାନ ସକଳ ସମ୍ପଦ
      ବରିଲ ତପୀ ଜୀବନ ll 
ସୃଷ୍ଟିର ରକ୍ଷଣେ ହଳାହଳ ପାନେ
          କଣ୍ଠ ହେଲା ନୀଳବର୍ଣ୍ଣ
ଅର୍ଦ୍ଧ ନାରୀଶ୍ଵର ସାଜି ତପୋନିଷ୍ଠ
       ମସ୍ତକେ ଚନ୍ଦ୍ରଧାରଣ ll 
ଜଟାରେ ଜାହ୍ନଵୀ ରହିଥିଲେ ଗୋପ୍ୟ 
     ଗଙ୍ଗାଧର ନାମ ବହିଣ
ହସ୍ତରେ ତ୍ରିଶୁଳ ଡମ୍ବରୁ ଶୋଭିତ
      ବ୍ୟାଘ୍ର ଚର୍ମ ପରିଧାନ ll 
ପବିତ୍ର ଶ୍ରାବଣ ମାସ ସୋମବାର
         ଭାବାବେଗେ ଭକ୍ତଗଣ
ପୁଣ୍ୟ ତୀର୍ଥଜଳ ଅରପଣ ପାଇଁ
       ପୀଠେ କାଉଡିଆ ଗଣ ll 
ମଙ୍ଗଳ ଆରତୀ ଘଣ୍ଟଘଣ୍ଟି ନାଦେ
     ମୁଖରିତ ପରିବେଶ
ଭକ୍ତ ମନୋବାଞ୍ଛା ତୋଷ କର ବୋଲି
       ନାମ ତେଣୁ ଆଶୁତୋଷ ll 
ତୃତୀୟ ନୟନ କରି ଉନ୍ମୋଚନ
       ଦେଖବାରେ ତ୍ରିଲୋଚନ
   ଦୁର୍ନୀତି ରକ୍ଷର ଅନ୍ୟାୟ ଅନୀତି
          ରାଜହେଉ ଅବସାନ ll 

ନର୍ମଦା ନାୟକ

ରାଉରକେଲା 

    

Related posts

ଚନ୍ଦ୍ର ଶେଖର ଶବର ଙ୍କ କବିତା = ବସନ୍ତ ନିବସରେ ବସନ୍ତ ପ୍ରବେଶ

Sunil Chandra Nayak

ବାସନ୍ତୀ ସାହୁ ଙ୍କ କବିତା = କଳାହାଣ୍ଡି =

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

Leave a Comment

error: Content is protected !!