ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା // ଜାଗର

___ ଜାଗର __

 ( ରାଗ  ନଟ ବାଣୀ )
ମଣିଷ ସମାଜେ ସୁଖ ଦୁଃଖ ପାଇଁ
ସଂସାରେ କରିଲେ ଉତ୍ସବ ଗୋସାଇଁ,
ବାର ମାସେ ତେର ପରବ କରିଲେ
ଆନନ୍ଦ ଉଲ୍ଲାସେ ସରବେ ପାଳିଲେ।।
ଶୀତ ଅନ୍ତେ ପୃଥ୍ଵୀ ଆସିଲା ବସନ୍ତ
ବହିଲା ମଳୟ ପବନ ନିରତ,
ଶୀତ ଛାଡ଼ି, ଛାଡ଼ି ନାହିଁ ଦେହଥରେ
ଧୀର ଧୀର ବାୟୁ ବହେ ମରତରେ।।
ଗଛୁ ଶୁଷ୍କପତ୍ର ଝଡି ଝଡି ନାହିଁ
ପଡ଼ିଆର ଘାସ ଶୁଖି, ଶୁଖି ନାହିଁ,
ମହୀଧୂଳି ବାଲି ଉଡ଼ି ଉଡ଼ି ନାହି
ନଈ ନାଳ ପାଣି ଶୁଖି ଶୁଖି ନାହିଁ।।
ମଳୟ ପରଶେ କଅଁଳ ପତର
କଅଁଳି ଗଛରେ ଦିଶିଲା ସୁନ୍ଦର
କୋକିଳା ସୁନ୍ଦରୀ ରାବି ରାବି ନାହିଁ
ବୃକ୍ଷେ ବୃକ୍ଷେ ଫୁଲ ଫୁଟି ନାହିଁ।।
ପୂରୁବ ଆକାଶେ ସୁରୂଜ କିରଣ
ବୁଣି, ବୁଣି ନାହିଁ ଲୋହିତ ବରଣ
ପଶ୍ଚିମ ଗଗନେ ସୂର୍ଯ୍ୟ ଦେବ ହସି
ହସୁଛି ଆନଂଦଗିରି ଚୂଳେ ବସି।।
ଏହି ପରି ଏକ ସମୟେ ଜାଗର
ମତ୍ତ୍ୟେ ଆସିଗଲା ଆନନ୍ଦ ସାଗର,
ପ୍ରତି ଶିବାଳୟେ ସାରା ଭାରତରେ
ଆନନ୍ଦ ଉତ୍ସବ ଆନନ୍ଦ ମୁଖରେ।।
ପ୍ରତି ପୁର ପଲ୍ଲୀହେଲା ସୁଖମୟ
ବାଜିଲା ମନ୍ଦିରେ ଘଣ୍ଟ ଘଣ୍ଟା ଚୟ,
ଯେତେ ନରନାରୀ ଭକ୍ତି ସହକାରେ
ସଭିଏଁ ପୁଜିଲେ ଶଶାଙ୍କ ଶେଖରେ।।
ବ୍ରାହ୍ମଣ ମନ୍ତ୍ରରେ ଉଛୁଳେ ମନ୍ଦିର
ଆସିଅଛି ବୋଲି ପୂଜା ସୁ ମନ୍ଦିର
ଶୁଦ୍ଧ ପୂତ ମନେ ମର୍ତ୍ତ୍ୟ ଜନଗଣ 
ଚନ୍ଦ୍ରଶେଖରଙ୍କ ପଦେ ଦେଲେ ମନ।।
ଜାଗର ଜାଳିଲେ ପରିବାର ପାଇଁ
ଆଶୁତୋଷ ହେଲେ ତୃପ୍ତି ଭକ୍ତ ପାଇଁ,
ସଂସାରେ ସଂସାରୀ ବିଶ୍ବ ହିତ ପାଇଁ
ବେଲପତ୍ର ଦେଲେ ମଥାରେ ଚଢ଼ାଇ।।
ସିନ୍ଦୂର ନଡିଆ କର୍ପୂର ଚନ୍ଦନ
ପୂଜା କାର୍ଯ୍ୟକଲେ ମର୍ତ୍ତ୍ୟବାସୀ ଗଣ 
ସ୍ଵଚ୍ଛ ପୂତ ମନ ପବିତ୍ର ହୃଦୟ
ପୃଥିବୀ ଜନଙ୍କୁ ଦେଉଛି ଅଭୟ।।
ଜାଗରେ ଜାଗର ପ୍ରଦୀପ ଦିପାଳି
ମନରୁ ହରଇ ଯେତେ ମସି କାଳୀ
ହୃଦୟ ମନ୍ଦିର କରଇ ନିର୍ମଳ
ଶିବଙ୍କ ଚରଣେ ଦେଲେ ସ୍ଵଚ୍ଛ ଜଳ।।
ବୋଲେ ବିଦ୍ୟାଧର ଆହେ ମହାଦେଵ
ଜଗତ କଲ୍ୟାଣେ ପ୍ରଣିପାତ ନେବ,
ଦୁନିଆରୁ ହର ସକଳ ବିପଦ
ସର୍ବେ ଦିଅ ତୁମ୍ଭେ ଅକ୍ଷୟ ସମ୍ପଦ।।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର, କେନ୍ଦୁଝର, ଓଡ଼ିଶା

Related posts

ପ୍ରେମଲତା ଙ୍କ କବିତା  l l l ଡିସେମ୍ୱର l l l

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମାନସ ମନ୍ଥିନୀ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା l l ବିଦାୟ,୨୦୨୨ l l

Sunil Chandra Nayak

Leave a Comment

error: Content is protected !!