ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାମି ପାତ୍ର ଙ୍କ କବିତା l l l ଭୋକ l l l

l l l ଭୋକ l l l

ଭୋକ ନାମରେ ଦୁଇଟି ଅକ୍ଷର
ଅଟକିଯାଏ ତାର ଜୀବନ
ବଦଳାଇ ଦିଏ 
        ଦିଗ ପରିବର୍ତ୍ତନ
 ପେଟ ପାଇଁ ଭୋକ
ଭୋକ ପାଇଁ ପେଟ
ସବୁ ନାଟରେ ଥାଏ
ସେହି ଆମ ଭୋକ।
ଭୋକ ମେଣ୍ଟାଇବା ପାଇଁ 
  କରିଥାଏ ନାନା ପ୍ରକାର କାମ
ଭୋକ ପାଇଁ କରେ ଚୋରି
 ଭୋକ ପାଇଁ କରେ ଚୋରା ପିରତି।
ପେଟରେ ଭୋକ ମେଣ୍ଟାଇବା ପାଇଁ
 ଖାଇବାକୁ ପଡିଥାଏ 
        କେତେ ମାଡ , ଗାଳି
ଭୋକ ଲାଳସା ସହ୍ୟ ନକରିପାରି
 କରିବାକୁ ପଡିଥାଏ 
            ଚୋରି ଅବା ନାରୀ।
ପୁଣି ସହିବାକୁ ପଡିଥାଏ 
        କେତେ ଅପବାଦ
ଭୂଲ କରୁଛି କି ଠିକ୍ କରୁଛି
  କିଛି ମୁଁ ନଜାଣିପାରଇ
ବେଳେ ବେଳେ ଭୋକ ପାଇଁ
   କରିବାକୁ ପଡିଥାଏ
   ଜଘନ୍ଯ ଅପରାଧ
ଭୋକକୁ ନିଅଣ୍ଟ ପଡେ
 ତାର ଭେକ ଆଉ ମାଲିକପଣ।
ଆଉ ପୁଣି ବେଳେ ବେଳେ
ଆକ୍ରମଣ କରିବାକୁ ପଡେ
 ହାତ ହତିଆର।
ସୂର୍ଯ୍ୟର ଆଲୋକର
ଛାଇର ପ୍ରତିଛବି
 ଏହି ଭୋକ କ୍ରୋଧ, ହିଂସା
ଦେହର ଉତ୍ତପ୍ତ ନିଆଁକୁ
ଜ୍ୱଳନ୍ତ ପ୍ରଦୀପର ଶିଖା
 ଜାଳିଦେଇଥାଏ ପୁଣି

 ମାମି ପାତ୍ର,

ତିହିଡି,ଭଦ୍ରକ

Related posts

ଶ୍ରୀମତୀ ସ୍ନେହ ମିଶ୍ର କବିତା l l ମଙ୍ଗଳର ବାର୍ତ୍ତା l l

Sunil Chandra Nayak

ନାୟକ ଅକ୍ଷୟ ରଜହସ୍ତୀ ଙ୍କ କବିତା = ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା __ ନୀଡ଼ __

Sunil Chandra Nayak

Leave a Comment

error: Content is protected !!