ସାହିତ୍ୟ ଅଗଣାଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା // ଅଭିଳାଷ ଆମ ଆହେ ! ଭଗବାନ by Sunil Chandra NayakDecember 27, 2022December 27, 20220130 Share1 ଅଭିଳାଷ ଆମ ଆହେ ! ଭଗବାନ ଅଭିଳାଷ ଶୁଣ ଆହେ ! ଭଗବାନ ଆମ ଶିଶୁ ନିବେଦନ ମଣିଷ ଜୀବନ ହେଉ ଆମ ଧନ୍ୟ କର ପ୍ରଭୁ ବରଦାନ |(୧) ଦୁଇ ହାତ ଆମ କରୁ ସତକର୍ମ ସୁକର୍ମେ ପ୍ରୟୋଗ ହେଉ ପର ଉପକାରେ ହିତ ସାଧନାରେ ଆମରି ପରାଣ ଯାଉ |(୨) ଦୁଇ ଯେ ନୟନ ହେଉ ପ୍ରୟୋଜନ ଭଲ ଦେଖୁ ସବୁଠାରେ ଭଲ ଶୁଣୁ କାନ କପଟ ବିହୀନ ଏଇ ଅଳି ତୁମଠାରେ |(୩) ପାଦ ଦୁଇ ଆମ ନିଅ ଭଗବାନ ନିରନ୍ତର ସୁପଥରେ ସୁବିଦ୍ୟା-ସୁବୁଦ୍ଧି ସୁଚିନ୍ତା-ସୁମତି ଢାଳ ହେ! ଆମ ମନରେ |(୪) ସତକହୁ ତୁଣ୍ଡ ନ କହୁ କା’ ମନ୍ଦ ଉଚ୍ଚାରୁ ତୁମରି ନାମ ସତପଥେ ରଖି ରଖ କୃପାଦୃଷ୍ଟି ଅଭିଳାଷ ଏଇ ଆମ |(୫) ଆମେ ଶିଶୁଗଣ କରୁ ନିବେଦନ ପ୍ରଭୁ ହେ! ଗୁହାରୀ ଶୁଣ ଆନ ଉପକାରେ ସଦା ସୁକାମରେ ବିତୁ ଆମରି ଜୀବନ | (୬) ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଜୁନାଗଡ଼ ( କଳାହାଣ୍ଡି ) ଜନ୍ମଭୂମି:- ମଣ୍ଡଳ (ବଲାଙ୍ଗୀର)