ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ କବିତା //ସକାଳର ଜଣାଣ // ଯେଉଁ ଦିନ ପ୍ରଭୁ

ସକାଳର ଜଣାଣ

ଯେଉଁ ଦିନ ପ୍ରଭୁ

 ବିଜୟ କୁମାର ଜେନା

ଯେଉଁ ଦିନ ପ୍ରଭୁ ଜନମ ଲଭିଲି
             ଆରମ୍ଭିଲି ମୋର ଯାତ୍ରା
ବାଳୁତ ବିତିଲା କୈଶୋର ବି ଗଲା
              ଯୌବନେ ହେଲି ଅଧିଷ୍ଠା।
ଯଉବନ ଅନ୍ତେ ବାର୍ଦ୍ଧକ୍ୟ ଆସିଲା
               ପଛ କଥା ଭାବି ହେଲି
ଜୀବନ ଯାତ୍ରାରେ ଭଲ ମନ୍ଦ ଚିନ୍ତି
               କେତେ ଯେ ଦୋହଲି ଗଲି।
ନିଜକୁ ସଜାଡି ପାରି ନାହିଁ ବୋଲି
                 କେଡେ ଅନୂତପ୍ତ ହୁଏ
ଆର ଜନମରେ ମଣିଷ ଜନମ
                 ମିଳିବ କି ଭାବି ଥାଏ।
ସେକଥା ଅଜଣା ତୁମେ ଜାଣ ସିନା
                ହେ ପ୍ରଭୁ ଚକା ନୟନ
ଅନୁତାପେ ମୋର ଲୋତକ ଝରଇ
                 ଆଶ୍ରିତ ତୁମ ଚରଣ।
ଯାହା ଯାହା ଦୋଷ କରିଛି ମୁଁ ନାଥ
                  କରିଦେବ ନିଶ୍ଚେ କ୍ଷମା
କରୁଣା ସାଗର ତୁମ କରୁଣାରୁ
                   ନ କରିବ ଟିକେ ଊଣା।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

 ଶାମୁକା ସାହି ରଣପୁର ନୟାଗଡ଼

Related posts

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

ସୁଜାତା ରାଉତ ଙ୍କ କବିତା // ପ୍ରଭାତୀ ଅନୁଚିନ୍ତା

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

Leave a Comment

error: Content is protected !!