ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରଭାତ କୁମାର ମଲ୍ଲିକ ଙ୍କ କବିତା l l ବିଦାୟ- ୨୦୨୨ l l

l l ବିଦାୟ- ୨୦୨୨ l l

ପ୍ରଭାତ କୁମାର ମଲ୍ଲିକ 

ବିଦାୟ ତୁମକୁ ଦେଉଅଛୁ ଆମେ
ଦୁଇହଜାର ବାଇଶି, 
ସମୟ ପାଖରେ ସଭିଏଁ ନାଚାର 
ଦିବା ଗଲେ ହୁଏ ନିଶି ।
ଆସିଥିଲ ତୁମେ କେତେ ଆଶାନେଇ 
ଏଇ ଧରଣୀ ବକ୍ଷକୁ ,
ବିଦା ହୋଇଥିଲା ତୁମ ସାନଭାଇ 
ସ୍ବାଗତ କରି ତୁମକୁ ।
ବରଷକେ ପରେ ସେହି ଦଶା ତୁମେ 
ଭୋଗିବାକୁ ଯାଉଅଛ, 
ତୁମ ବଡଭାଇ ଆସୁଅଛି ପୁଣି 
କି ପାଇଁ ଦୁଃଖ କରୁଛ ? 
ଚିରସ୍ଥାୟୀ ଏଠି କେହି ନୁହଁ ଭାଇ 
କେହି ନୁହଁଇ ଅସ୍ଥାୟୀ, 
ସମୟ ବଳରେ ସର୍ବେ ବଳିୟାନ୍ 
ସାନ ବଡ କେହି ନାହିଁ ।
ତୁମକୁ ଦେଖିଲେ ବୁଝି ହେଉଅଛି
ଜୀବନର ବାସ୍ତବତା ,
ମିଛଟାରେ ଖାଲି ଘାଣ୍ଟି ହେଉଅଛୁ 
ଏହା ଅସଲ ସତ୍ଯତା ।
ଜୀବଦଶା ମଧ୍ଯେ କରିଥିବା ଯଦି 
କିଛି ଅଭୁଲା କରମ ,
ଇତିହାସ ହୋଇ ଗୁଣ ଗାଉଥିବ 
ଗଲେବି ଶହେ ଜନମ ।
ଥରେ ଚାଲିଗଲେ ଆସିବାଟା ଆଉ 
ନୁହଁଇ କେବେ ସମ୍ଭବ ,
ବେଳ ଥାଉ ଥାଉ ଷଡରିପୁ ତେଜି 
ବଢାଅ ପ୍ରେମ ବିଭବ ।।

ରାଇଘର, ନବରଙ୍ଗପୁର 

ଶିବପୁର, ଧାମନଗର, ଭଦ୍ରକ

Related posts

ରତିନାରାୟଣ ରାଉତ ଙ୍କ କବିତା // ନବବର୍ଷକୁ ସ୍ବାଗତ 

Sunil Chandra Nayak

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା  l l l ହେ ଯୀଶୁ l l l

Sunil Chandra Nayak

ମିନତି ଦାସ ଙ୍କ କବିତା __ ଶୀତ __

Sunil Chandra Nayak

Leave a Comment

error: Content is protected !!