ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣୀ ନଦୀକୂଳରେ ଭିନ୍ନ ଢଙ୍ଗରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ , ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ

ବ୍ରାହ୍ମଣୀ ନଦୀକୂଳରେ ଭିନ୍ନ ଢଙ୍ଗରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ , ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ

ରାଉରକେଲା: ବିଶ୍ଵ ପରିବେଶ ଦିବସ ୨୦୨୬ ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଉରକେଲା ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାଥୀ ଓ ଇସ୍କଫ ତରଫରୁ ନିଆରା ଢଙ୍ଗରେ ପରିବେଶ ଦିବସ ପାଳିତ ହେବା ସହ ଭବିଷ୍ୟତରେ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଏବଂ ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ କରାଯାଇଛି। କୌଣସି ବାତାନୁକୁଳିତ ପ୍ରେକ୍ଷାଳୟ କିମ୍ବା ଆବଦ୍ଧ କୋଠରୀ ପରିବର୍ତ୍ତେ ଏକ ମୁକ୍ତ ପରିବେଶ ତଥା ରାଉରକେଲାବାସୀଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ରାଉରକେଲା ର ଜୀବନ ରେଖା ବ୍ରାହ୍ମଣୀ ନଦୀକୂଳରେ ବିଶ୍ଵ ପରିବେଶ ଦିବସ ୨୦୨୬ ଆୟୋଜିତ ହୋଇଥିଲା। ପ୍ରଥମେ ରଘୁନାଥପଲ୍ଲୀ ଥାନା ନିକଟରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ ହୋଇ ପାନପୋଷ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରାରେ ବହୁସଂଖ୍ୟାରେ ଅନୁଷ୍ଠାନର ସଦସ୍ୟ ଗଣ, ସାମାଜିକକର୍ମୀ ତଥା ସଚେତନ ରାଉରକେଲା ବାସୀ ଯୋଗ ଦେଇ ରାଉରକେଲା ସହରକୁ ସବୁଜ ସୁନ୍ଦର କରିବା, ନଦୀ ଜଳକୁ ପ୍ରଦୂଷିତ ନ କରିବା, ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା, ନିଜ ଆଖପାଖର ପରିବେଶକୁ ସ୍ବଚ୍ଛ ରଖିବା ଆଦି ସ୍ଲୋଗାନ ଦେଇ ବ୍ରାହ୍ମଣୀ ନଦୀକୂଳରେ ପହଞ୍ଚିଥିଲେ। ପବିତ୍ର ସଂଗମସ୍ଥଳୀ ବେଦବ୍ୟାସରୁ ଉତ୍ପତ୍ତି ହୋଇଥିବା ବ୍ରାହ୍ମଣୀ ନଦୀ ଜଳ ଏତେ ମାତ୍ରା ରେ ପ୍ରଦୁଷିତ ହୋଇ ରାଉରକେଲା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବାସୀଙ୍କ ପାଇଁ ଆଜିକାର ଦିନରେ ଯେ ଆଉ ବ୍ୟବହାର ଯୋଗ୍ୟ ହୋଇ ରହି ନାହିଁ, ତାହା ଉପସ୍ଥିତ ପରିବେଶ ପ୍ରେମୀ ମାନଙ୍କୁ ବହୁ ମାତ୍ରାରେ ବ୍ୟଥିତ କରିଥିଲା। ସେହି ପ୍ରଦୂଷିତ ବ୍ରାହ୍ମଣୀ ଜଳକୁ ହାତରେ ଧରି ସମସ୍ତ ସଦସ୍ୟ ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଶପଥ ନେବା ସହ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସମସ୍ତ ସହରବାସୀ ଙ୍କୁ ଯୋଡ଼ିବାକୁ ରାଉରକେଲା ଓକିଲ ସଂଘ ସଭାପତି ତଥା ଇଷ୍କଫର ରାଜ୍ୟ ସଂପାଦକ ସଦାନନ୍ଦ ସାହୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। କ୍ଲିନ୍ ଏଣ୍ଡ ଗ୍ରୀନ ଅନୁଷ୍ଠାନ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ମଧ୍ୟ ଏହି ମହତ୍ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି କିପରି ସମସ୍ତ ଜନସାଧାରଣ ଙ୍କୁ ତଥା ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରାଯାଇପାରିବ, ସେ ବିଷୟରେ ଉଲ୍ଲେଖ କରିଥିଲେ। ଦିଲ୍ଲୀର ଯମୁନା ନଦୀ ଯେପରି ପ୍ରଦୂଷିତ ହୋଇସାରିଛି, ରାଉରକେଲା ପ୍ରଶାସନ ସମୟ ଥାଇ ଯଦି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନ ନିଏ ତା ହେଲେ ପବିତ୍ର ବ୍ରାହ୍ମଣୀ ନଦୀ ମଧ୍ୟ ସେହିଭଳି ପ୍ରଦୂଷିତ ହୋଇ ରାଉରକେଲା ବାସୀଙ୍କର ଜୀବନରେଖା ବଦଳରେ ମୃତ୍ୟୁରେଖା ରେ ଖୁବ୍ ଶୀଘ୍ର ପରିଣତ ହେବ ବୋଲି ଇଷ୍କଫ ରାଉରକେଲା ସଭାପତି ଖଦାଲ ସେଠୀ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବି ଏନ୍ ପଟ୍ଟନାୟକ ଯୋଗଦେଇ ପ୍ରଦୂଷଣ ମୁକ୍ତ ସହର ସହ ଜଳବାୟୁ ପାଇଁ ଆହ୍ବାନ ଦେଇଥିଲେ। ଏହା ପରେ ସହ ସମସ୍ତ ସଦସ୍ୟ ନଦୀ ଜଳରୁ ବିଭିନ୍ନ ଆବର୍ଜନା ସଂଗ୍ରହ କରି ସମାଜକୁ ବାର୍ତ୍ତା ଦେବାସହ ଆଉ ନଦୀ ଜଳକୁ ପ୍ରଦୂଷିତ ନ କରିବା ପାଇଁ ଅନ୍ୟମାନଙ୍କୁ ବାରଣ କରିବା ସହ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲିନ୍ ଏଣ୍ଡ ଗ୍ରୀନ, ମିସନ୍ ସଣ୍ଡେ , ଅନ୍ୟାନ୍ୟ ସାମାଜିକ ସଂଗଠନର ସଦସ୍ୟ ବିନୋଦ ରାଉତ, ଭାଗ୍ୟଧର ରାଉତ, ମନୋଜ ନାୟକ, ଅରୁଣ କୁଶଳ, ଭାଗିରଥି ଧଳ, ସାମାଜିକ କର୍ମୀ ରଞ୍ଜିତା ମଲ୍ଲିକ, ସୁମିତା ନନ୍ଦ, ଭାଗବତ ପ୍ରସାଦ ସାହୁ, ଶ୍ରୀକାନ୍ତ ନାୟକ, ରବି ନାରାୟଣ ସି, ରାଜ କିଶୋର ସାହୁ, କାର୍ତ୍ତିକ ନାୟକ, କୈଳାସ ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୋନପୁର ଜିଲ୍ଲା

masiha

ବିନା ସୂଚନା ଫଳକ ରେ ପୂର୍ତ୍ତ ବିଭାଗ ରାସ୍ତା କାମ । ଠିକା ସଂସ୍ଥାର ମନମାନି; ଧୂଳି ମାଡ ରେ କଲବଲ ଜନତା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ବୈଠକ ଅନୁଷ୍ଠିତ , ଆଇ ଟି ଆଇ ଏବଂ ପଲିଟେକନିକ୍ ଅନୁଷ୍ଠାନ ରେ ୩୦ ପ୍ରତିଶତ ଝିଅ ମାନଂକ ନାମ ଭର୍ତି ପାଇଁ ଲକ୍ଷ୍ୟ

Leave a Comment

error: Content is protected !!