ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର’ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଯାପିତ

ଏକତ୍ର’ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଯାପିତ

ରାଉରକେଲା: ସହରର ୨୭ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ‘ଏକତ୍ର’ ରାଉରକେଲା ପକ୍ଷରୁ ଆୟୋଜିତ ଦୁଇ ଦିବସୀୟ ଏକକ ଅଭିନୟ ଉତ୍ସବ ସ୍ଥାନୀୟ ସିଭିକ୍ ସେଂଟରଠାରେ ଆଜି ରାତିରେ ଉଦ୍‌ଯାପିତ ହୋଇଛି। ଆଜିର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକ୍ରମକୁ ଅପରାହ୍ନରେ ଦୀପିକା ମହିଳା ସଦନର ଅଧ୍ୟକ୍ଷା ନମ୍ରତା ବର୍ମା ମୁଖ୍ୟଅତିଥି ଏବଂ ଛେଣ୍ଡସ୍ଥିତ ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଆଜି ବିଭିନ୍ନ ନାଟ୍ୟାନୁଷ୍ଠାନର ପ୍ରାୟ ୪୦ ଜଣ ଅଭିଜ୍ଞ ଅଭିନେତା ଓ ଅଭିନେତ୍ରୀମାନେ ଏକକ ଅଭିନୟ ପ୍ରଦର୍ଶନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ‘ଏକତ୍ର’ର ସାଧାରଣ ସମ୍ପାଦକ ବିଜୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଉପସଭାପତି ରମେଶ ମହାନ୍ତି ଏକତ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ l ସମ୍ପାଦକ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ସନ୍ଧ୍ୟାରେ ପୁରସ୍କାର ବିତରଣ ଉତ୍ସବ ରେ ସଭାପତି ରାଜୀବ ପାଣି ଅଧ୍ୟକ୍ଷତା କରିଥିଲେ l ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଏବଂ ରାଉରକେଲା ଇସ୍ପାତ କାରଖାନାର ଲୋକ ସଂପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଏକତ୍ରର ଏତାଦୃଶ୍ୟ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ଗତକାଲି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କମାନଙ୍କ ଦ୍ୱାରା ପ୍ରଦର୍ଶିତ ଏକକ ଅଭିନୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କ ସମେତ ଶ୍ରେଷ୍ଠ ୧୦ ଜଣଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ଅନ୍ୟ ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ସାଧାରଣ ସଂପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଉଦ୍‌ଘୋଷିକା ଝିଲିମା ମହାନ୍ତି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକତ୍ରର ଅନ୍ୟତମ ଉପଦେଷ୍ଟା ସର୍ବଶ୍ରୀ ଡାକ୍ତର କୃପାସିନ୍ଧୁ ନାୟକ, ପ୍ରଫେସର ସମର ମୁଦାଲିଙ୍କ ବ୍ୟତିରକେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଏକତ୍ର ପକ୍ଷରୁ ପ୍ରତିଯୋଗିତାର ବିଚାରକ ମଣ୍ଡଳୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ‘ଏକତ୍ର’ ପକ୍ଷରୁ ସର୍ବଶ୍ରୀ ଆଲୋକ ବୋଷ, ସୁଦେଶ ନାୟକ, ପ୍ରଦୀପ ନାୟକ, ପ୍ରବିର ଜେନା, ପ୍ରଳୟ ଶତପଥୀ, ଅକ୍ଷୟ ଧଳ,ଚିନ୍ମୟ ତ୍ରିିପାଠୀ, ଜନ୍ମେଜୟ ମହାନ୍ତି , ପ୍ରଜ୍ଞାନନ୍ଦ ମହାନ୍ତି, କନକ ଲତା ଦାସ, ସଂଧ୍ୟା ପଟ୍ଟନାୟକ, କଲ୍ୟାଣୀ ଦାସ, ରୁନୁ ବେଗ୍ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଏକତ୍ରର ସହ ଅନୁବନ୍ଧିତ ନାଟ୍ୟାନୁଷ୍ଠାନର କର୍ମକର୍ତା, ସଦସ୍ୟମାନଙ୍କ ସମେତ ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଶେଷ ଏବଂ କଳାନୁରାଗୀମାନେ ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ 

masiha

ବେଆଇନ ବାଲି ଚାଲାଣ ବେଳେ ଗାଡି ଧରପଗଡ଼ କଲା ପରିବହନ ବିଭାଗ , ୪ ଟି ଟ୍ରାକ୍ଟର ଜବତ ଏକ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା 

ସମଲେଶ୍ବରି ହାଇସ୍କୁଲ କୁଣ୍ଡାବନ୍ଧ ରେ ୭୪ ତମ ବନ ମହୋତ୍ସବ

Leave a Comment

error: Content is protected !!