ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ

ଉପଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ

ରାୟଗଡ଼, ତା. ୪ ଅଗଷ୍ଟ: ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ଆଜି ଆଇସିଡିଏସ୍ ପ୍ରକଳ୍ପ, ରାୟଗଡ଼ ଅନ୍ତର୍ଗତ ଚେକାଗୁଡ଼ା, ମାରିଗୁଡ଼ା, ଡେଙ୍ଗାଜୋଡ଼ି, ଜନତା ଏବଂ ବାଲୁମାଟି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାର ତଦାରଖ କରିଥିଲେ।

ପରିଦର୍ଶନ ସମୟରେ ସେ ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ସକାଳର ଜଳଖିଆ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା, ପରିମାଣ ଓ ପରିବେଷଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେହିପରି କେନ୍ଦ୍ରଗୁଡ଼ିକରେ ପ୍ରାକ୍-ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ, ଶିଶୁମାନଙ୍କର ଶିକ୍ଷଣ ପରିବେଶ ଏବଂ ଶିକ୍ଷାଦାନ ପ୍ରକ୍ରିୟାକୁ ମଧ୍ୟ ଅନୁଧ୍ୟାନ କରିଥିଲେ।

ଉପଜିଲ୍ଲାପାଳ POSHAN Tracker ଆପ୍‌ରେ ଶିଶୁମାନଙ୍କର ଉଚ୍ଚତା, ଓଜନ ଏବଂ ଅନ୍ୟାନ୍ୟ ପୋଷଣ ସମ୍ବନ୍ଧୀୟ ତଥ୍ୟ ସଠିକ୍ ଓ ସମୟାନୁସାରେ ଅପଲୋଡ୍ କରିବାକୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଷଣ ତଥ୍ୟର ନିୟମିତ ଅଦ୍ୟତନ ଓ ସଠିକ୍ ସଂରକ୍ଷଣ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ଏହା ସହିତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ପରିଚ୍ଛନ୍ନତା, ଶିଶୁମାନଙ୍କ ପାଇଁ ସୁସ୍ଥ ଓ ସୁରକ୍ଷିତ ପରିବେଶ, ରେଜିଷ୍ଟର ଓ ଅନ୍ୟାନ୍ୟ ଅଭିଲେଖର ସଠିକ୍ ରକ୍ଷଣାବେକ୍ଷଣ ଏବଂ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସେବାକୁ ଗୁଣାତ୍ମକ ଭାବେ କାର୍ଯ୍ୟକାରୀ କରିବା ଉପରେ ଉପଜିଲ୍ଲାପାଳ ସମ୍ପୃକ୍ତ କର୍ମୀମାନଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାମନାଗୁଡାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଵହଳଦାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା

masiha

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

masiha

Leave a Comment

error: Content is protected !!