ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହେଲେ ଶିକ୍ଷକ ରୂପେଶ କୁମାର ମେହେର

ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହେଲେ ଶିକ୍ଷକ ରୂପେଶ କୁମାର ମେହେର

ହାତୀବନ୍ଧା ହାଇସ୍କୁଲ ପାଇଁ ଆଣିଲେ ଗୌରବ, ଶିକ୍ଷା ମହଲରେ ଖୁସିର ଲହରୀ

ସିନାପାଲି, ୫/୧୧: ଶିକ୍ଷାଦାନ କ୍ଷେତ୍ରରେ ନିଜର ନିଷ୍ଠା, ଦକ୍ଷତା ଓ ଉତ୍ସର୍ଗୀକୃତ ସେବା ମାଧ୍ୟମରେ ପୁଣିଥରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ହାତୀବନ୍ଧାର ବିଜ୍ଞାନ ଶିକ୍ଷକ ରୂପେଶ କୁମାର ମେହେର। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଗଣିତ ବିଷୟରେ ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ଭାବେ ତାଙ୍କୁ ସମ୍ମାନଜନକ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ମନୋନୀତ କରାଯାଇଛି। ଏହାକୁ ନେଇ ହାତୀବନ୍ଧା ହାଇସ୍କୁଲ ସମେତ ସମଗ୍ର ସିନାପାଲି ବ୍ଲକ ଓ ନୂଆପଡ଼ା ଜିଲ୍ଲାରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଶିକ୍ଷକ ଶ୍ରୀ ମେହେର ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ମନୋନୀତ ହୋଇ ନିଜର ପ୍ରତିଭା ଓ ଶିକ୍ଷାଦାନର ଉତ୍କର୍ଷତା ପ୍ରମାଣିତ କରିଛନ୍ତି। ଏହା ପୂର୍ବରୁ ୨୦୨୪-୨୫ ଶିକ୍ଷାବର୍ଷରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ପଣ ଓ ଶିକ୍ଷା କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଚୟନ କରାଯାଇଥିଲା। ସେହି ସମୟରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଜଣେ ଶିକ୍ଷକଙ୍କ ନିଷ୍ଠାପର ଉଦ୍ୟମ ଓ ନିରନ୍ତର ପରିଶ୍ରମ କିପରି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇପାରେ, ଶ୍ରୀ ମେହେରଙ୍କ ସଫଳତା ଏହାର ଏକ ଉଦାହରଣ। ଲଗାତାର ଦୁଇ ବର୍ଷ ଧରି ଏହି ପୁରସ୍କାର ପାଇଁ ମନୋନୀତ ହେବା ତାଙ୍କର ଶିକ୍ଷାଦାନ ପ୍ରତି ଥିବା ଆଗ୍ରହ, ଦାୟିତ୍ୱବୋଧ ଓ କାର୍ଯ୍ୟଦକ୍ଷତାକୁ ପ୍ରତିଫଳିତ କରୁଛି।

ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସିନାପାଲି ବ୍ଲକର ଶିକ୍ଷକ ମହଲ, ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ନୂଆପଡ଼ା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ଶିକ୍ଷକ ଶ୍ରୀ ମେହେରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯିବା ସହ ତାଙ୍କର ଏହି ସଫଳତା ଅଞ୍ଚଳର ଅନ୍ୟ ଶିକ୍ଷକମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇଛି।ହାତୀବନ୍ଧା ହାଇସ୍କୁଲ ପାଇଁ ଏହା କେବଳ ଜଣେ ଶିକ୍ଷକଙ୍କ ସଫଳତା ନୁହେଁ, ବରଂ ସମଗ୍ର ସିନାପାଲି ଅଞ୍ଚଳ ପାଇଁ ଏକ ଗୌରବର ବିଷୟ।

Related posts

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ସରକାରୀ ବାବୁଙ୍କ ଖଣି କମ୍ପାନୀ ପ୍ରୀତି କାହା ସ୍ୱାର୍ଥରେ ??

masiha

ଜାତୀୟ ଜୁଡୋରେ ସଫଳତା ଆଣିଲେ କେନ୍ଦୁଝର ଝିଅ ବୈଷ୍ଣବୀ

Sunil Chandra Nayak

Leave a Comment

error: Content is protected !!