ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ବାଇପାସ୍ ନିର୍ମାଣ ଦାବି: ଅଗ୍ରସେନ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଜୁନାଗଡ଼ରେ ବାଇପାସ୍ ନିର୍ମାଣ ଦାବି: ଅଗ୍ରସେନ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଜୁନାଗଡ଼, ୦୫/୧୧(ମନୀ ସ)ଜୁନାଗଡ଼ ସହରରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ତଥା ବାଇପାସ୍ ରାସ୍ତା ନିର୍ମାଣ ଦାବିକୁ ନେଇ ଆଜି ସ୍ଥାନୀୟ ଅଗ୍ରସେନ ଭବନ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହର ମଧ୍ୟଦେଇ ଦୈନିକ ଶହ ଶହ ଭାରୀ ଯାନ ଚଳାଚଳ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ତୁରନ୍ତ ବାଇପାସ୍ ରାସ୍ତା ନିର୍ମାଣ କରାଯିବା ଜରୁରୀ ବୋଲି ବୈଠକରେ ଏକସ୍ୱରରେ ମତ ପ୍ରକାଶ ପାଇଛି।ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସ୍ଥାନୀୟ ବୁଦ୍ଧିଜୀବୀ, ବ୍ୟବସାୟୀ ସଂଘର ପ୍ରତିନିଧି ଏବଂ ସାମାଜିକ କର୍ମୀମାନେ ଉପସ୍ଥିତ ରହି ସହରର ଗମନାଗମନ ସମସ୍ୟା ଉପରେ ଗମ୍ଭୀର ଆଲୋଚନା କରିଥିଲେ। ସହରବାସୀଙ୍କ ଦୀର୍ଘ ଦିନର ଏହି ଦାବିକୁ ପ୍ରଶାସନ ଓ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ଉଠିଛି।ଆଗାମୀ ଦିନରେ ଏହି ଦାବିକୁ ନେଇ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ସମସ୍ତ ବର୍ଗର ଲୋକଙ୍କୁ ଏକାଠି କରି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜବହାର ନବଦୟ ପରୀକ୍ଷା 

masiha

ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫- ଶିଶୁ ବାଟିକାର ଶୁଭାରମ୍ଭ 

masiha

ସାପ କାମୁଡ଼ାରେ ଯୁବକ ର ମୃତ୍ୟୁ

Leave a Comment

error: Content is protected !!