ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି :ବେଦାନ୍ତ ହସ୍ପିଟାଲ ପକ୍ଷରୁ କର୍କଟ ରୋଗ ନିରୂପଣ ଶିବିର ଅନୁଷ୍ଠିତ

କଳାହାଣ୍ଡି :ବେଦାନ୍ତ ହସ୍ପିଟାଲ ପକ୍ଷରୁ କର୍କଟ ରୋଗ ନିରୂପଣ ଶିବିର ଅନୁଷ୍ଠିତ

ବେଦାନ୍ତ ହସ୍ପିଟାଲ ଲାଞ୍ଜିଗଡ ଆନୁକୁଲ୍ୟରେ ବେଦାନ୍ତ ହସ୍ପିଟାଲରେ ଏକ କର୍କଟ ରୋଗ ନିରୂପଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କେନସର୍ ହସ୍ପିଟାଲର କର୍କଟ ରୋଗ ଚିକିତ୍ସକ ଡା. ଚିତ୍ତ ରଞ୍ଜନ କୁଣ୍ଡୁ ଏବଂ ଜିଲ୍ଲା ପରିଷଦ ଚେୟାରମ୍ଯାନ ପରୀକ୍ଷିତ ନାଏକ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ବେଦାନ୍ତ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ସାହୁ ଏବଂ ବେଦାନ୍ତ ହସ୍ପିଟାଲ ପରିଚାଳକ ଅମର କୁମାର ମହାନ୍ତି ଶିବିର ପାଇଁ ସମସ୍ତ ସୁବିଧା ଯୋଗାଇଥିଲେ। ରୋଗୀ ଦେଖିବା ଏବଂ ସ୍କ୍ରିନିଂ ପାଇଁ ହସ୍ପିଟାଲର ଷ୍ଟାଫ୍ ନର୍ସ ଏବଂ କେନସର୍ ହସ୍ପିଟାଲର ବିଜନେସ ଏକଜିକ୍ୟୁଟିଭ ଅନିଲ କୁମାର ବୈଠାରୁ ପୂର୍ଣ୍ଣ ସହଯୋଗ କରିଥିଲେ। ଲୋକମାନେ ଏହି ଶିବିରରେ ସୁବିଧା ପାଇ ବହୁତ୍ ଖୁସି ହେବାସହ ନିଜ ମତବ୍ୟକ୍ତ କରିଥିଲେ। କର୍କଟ ରୋଗୀଙ୍କୁ ବିଶାଖାପାଟଣା ସ୍ଥିତ ମହାତ୍ମା ଗାନ୍ଧୀ କେନସର୍ ହସ୍ପିଟାଲ କିମ୍ବା ନିକଟସ୍ଥ କେନସର୍ ହସ୍ପିଟାଲକୁ ତୁରନ୍ତ ଯାଇ ଚିକିତ୍ସା କରାଇବାକୁ ଉପଦେଶ ଦିଆଯାଇଥିଲା। ବିଶାଖାପାଟଣା ଯିବାପାଇଁ ବେଦାନ୍ତ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଏବଂ ପରିଚାଳକ ତାଙ୍କ ଆମ୍ବୁଲାନ୍ସ ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ। ଏହାପରେ ନିକଟସ୍ଥ ସରକାରୀ କଲେଜ ଏସ୍.ଏସ୍.ବି କଲେଜକୁ ଯାଇ ଡା. କୁଣ୍ଡୁ ଛାତ୍ରମାନଙ୍କୁ କର୍କଟ ରୋଗ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ମୁଖ ଗହ୍ଵର ଏବଂ ସର୍ଭିକାଲ କେନସର୍ ର ପ୍ରାଥମିକ ଚିକିତ୍ସା ଏବଂ ଏଚ୍.ପି.ଭି ଭେକ୍ସିନ୍ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ କଲେଜ ଅଧ୍ଯକ୍ଷ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଲଗାଣ ବର୍ଷା ରେ ଉପ ଜିଲ୍ଲାପାଳଙ୍କ ପାଚେରୀ ଭାଙ୍ଗି ୩ ବାଇକ୍ ଚୁରମାର

Sunil Chandra Nayak

JCI demands DGP to make public the list of nodal officers for redressal of problems of journalists

masiha

ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧଦିବସ ଅବସରରେ ଜଳେଶ୍ୱରରେ ସ୍ବଚ୍ଛଭାରତ ଅଭିଯାନ

Sunil Chandra Nayak

Leave a Comment

error: Content is protected !!