ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ,ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ନିରାଡମ୍ବର ଭାବେ ଅନୁଷ୍ଠିତ 

ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ,ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ନିରାଡମ୍ବର ଭାବେ ଅନୁଷ୍ଠିତ 

ଢେଙ୍କାନାଳ: ତା.୦୪:୦୮.୨୦୨୬ ରିଖ (ମ ନି ସ       ) : ନିକଟରେ ବି.କେ.ରିସର୍ଟ ଛଣବୋଲୁଅ,ଢେଙ୍କାନାଳଠାରେ ବିଶିଷ୍ଟ ଶିକ୍ଷାବିତ୍,ସାହିତ୍ୟପ୍ରେମୀ ତଥା ସଂସ୍କୃତ ଭାଷା ଗବେଷିକା ସ୍ୱର୍ଗତା ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅଗଷ୍ଟ ୧ ତାରିଖ ଅପରାହ୍ନରେ ଦିନ ୧୨ ଘଟିକା ସମୟରେ ହତଭାଗ୍ୟ ସ୍ବାମୀ ଅବସର ପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କର,ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ଶାସନ ସଚିବ ଦୀନକୃଷ୍ଣ କର,ଓଡ଼ିଶା ମିନେରାଲ ଡେଭଲପମେଣ୍ଟ କର୍ପୋରେସନ( ଓ ଏମ୍ ଡି ସି)ମ୍ୟାନେଜର ଇଂ ତାରା ପ୍ରସାଦ କରଙ୍କ ମିଳିତ ଆବାହକତ୍ୱରେ ପଣ୍ତିତ ବିପିନ ବିହାରୀ ଶତପଥୀଙ୍କ ସଂଯୋଜନାରେ ନିରାଡମ୍ବର ଭାବେ ଭାବପୂର୍ଣ୍ଣ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଦିବା ୧୧ ଘଟିକା ସମୟରେ ଓ ଦିବା ୧ ଘଟିକା ସମୟରେ ପଂକ୍ତି ଭୋଜନ ଅନୁଷ୍ଠିତ ହୋଇଯାଇଛି।ପ୍ରଫେସର ହରେକୃଷ୍ଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ତଥା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି,ଶିକ୍ଷାବିତ୍,ସାହିତ୍ୟିକ,ସାମାଜିକ କର୍ମୀ,ପ୍ରିୟ ପରିଜନ ଓ ବନ୍ଧୁବର୍ଗ ଯୋଗଦେଇ ସ୍ୱର୍ଗତା ଆତ୍ମାଙ୍କ ସଦ୍‌ଗତି କାମନା କରିଥିଲେ।ଏହି ଅବସରରେ ସ୍ଵର୍ଗତା ଡ. ମିଶ୍ରଙ୍କ ସ୍ମୃତିରେ ସ୍ଥାପିତ ପୂର୍ଣାବୟବ ଫଟୋଚିତ୍ରକୁ ପୂର୍ବତନ ସିବିଆଇ ବିଚାରପତି ତଥା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ, ଢେଙ୍କାନାଳର ସଭାପତି ଭିକାରୀ ଚରଣ ରାଉତ ଉନ୍ମୋଚନ କରିଥିଲେ।ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଶତପଥୀ, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାନ୍ତୁନା ମିଶ୍ର ଓ ସୁପ୍ରଭା ମିଶ୍ରଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶୁଭାରମ୍ଭ କରାଯାଇଥିଲା।ସ୍ୱର୍ଗତା ଡ.ସୁଚେତା ମିଶ୍ରଙ୍କ ସ୍ମୃତିରେ ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ଦୀନକୃଷ୍ଣ କରଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମରଣିକା ‘ଜଣେ ଅନନ୍ୟ ସ୍ନେହଶୀଳା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ବକ୍ତାମାନେ କହିଥିଲେ ଯେ ଡ.ସୁଚେତା ମିଶ୍ର କେବଳ ଜଣେ ଦକ୍ଷ ପ୍ରାଧ୍ୟାପିକା ନୁହେଁ,ବରଂ ଜଣେ ଆଦର୍ଶ ଶିକ୍ଷକ,ସ୍ନେହମୟୀ ମଣିଷ ଓ ସମାଜ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଥିଲେ।ତାଙ୍କର ଅବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ଶିକ୍ଷା,ସାହିତ୍ୟ ଓ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା।ସଭାରେ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ସଭାପତି, ରୋଟାରୀ କ୍ଲବ୍,ଢେଙ୍କାନାଳର ସଭାପତି ତପନ ପାଲ୍,ଇନର୍‌ ହିଲ୍ କ୍ଲବ୍ ଢେଙ୍କାନାଳର ସଭାନେତ୍ରୀ ମଧୁଛନ୍ଦା ସାହୁ,ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ସଭାପତି ରାଜେନ୍ଦ୍ର ଦାସ,ସଙ୍ଗୀତ ଗୁରୁ ଜାମିନ ରଞ୍ଜନ ଦାସ,ଜିଲ୍ଲା ରକ୍ତଦାତା ସଂଘ ସଭାପତି ବିରଂଚି ନାରାୟଣ ପାଣି,ଶିକ୍ଷାବିତ୍ ଡ.ଦେବୀ ପ୍ରସାଦ ମିଶ୍ର,ଡ.ଅନୁପମା ମିଶ୍ର,ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର,ଦୁର୍ଗା ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ବ୍ୟାଙ୍କ ଜୋନାଲ୍ ମ୍ୟାନେଜର ରାଧେଶ୍ୟାମ ମିଶ୍ର,ଫ୍ଲାଇଟ୍ ଲେଫ୍ଟନାଂଟ ଡି.କେ.ମୁଦୁଲି,ପ୍ରଫେସର ଉମେଶ ବିଶ୍ଵାଳ,ପ୍ରଫେସର ରମେଶ ମିଶ୍ର,ପ୍ରଫେସର ବିଜୟ କୁମାର ସାହୁ,ଭାରତ ବିକାଶ ପରିଷଦର ଆନନ୍ଦ ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଜୀବନ,କର୍ମ,ସରଳତା,ସ୍ନେହ ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋକପାତ କରି ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅନ୍ୟ ସମସ୍ତ ବକ୍ତାଗଣ ସ୍ଵୀୟ ସ୍ଵୀୟ ବକ୍ତବ୍ୟରେ ଡ.ସୁଚେତା ମିଶ୍ର ଜଣେ ଧର୍ମପ୍ରାଣା,ସୁଗୃହିଣୀ, ଅତ୍ୟନ୍ତ ପ୍ରେମଶୀଳା,ସ୍ନେହୀ,ଦରଦୀ ହୃଦୟାଧାରୀ,ଉଦାର, ସଦଗୁଣସମ୍ପର୍ଣ୍ଣା,ଅମାୟିକା,ସୁପତ୍ନୀ,ପରୋପକାରୀ ମହିଳା ଭାବରେ ସର୍ବଜନାଦୃତା ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।”ସମସ୍ତ ସନାତନି ସଂସ୍କୃତିର ଆଧାର ଶାସ୍ତ୍ରୀୟ ସଂସ୍କୃତ ଭାଷାର ଅଗ୍ରଣୀ ସାରଥିମାନଙ୍କ ମଧ୍ୟେ ଉତ୍ତୁଙ୍ଗ ବ୍ୟକ୍ତିତ୍ବ।ଭାରତର ସାଂସ୍କୃତିକ,ଐତିହାସିକ,ଧାର୍ମିକ,ଆଧ୍ୟାତ୍ମିକ,ଦାର୍ଶନିକ, ସାମାଜିକ ଓ ରାଜନୀତିକ ଜୀବନ ଏବଂ ବିକାଶର ସୋପାନର ସଂପୂର୍ଣ ବ୍ୟାଖ୍ୟା।ଯେଉଁ ବେଦବାଣୀ – ଦେବ ଭାଷା ସଂସ୍କୃତରେ ହିଁ ଉପଲବ୍ଧ ଅଟେ – ଆପଣ ସେହି ସଂସ୍କୃତ ଭାଷା,ସଙ୍ଗୀତ ଓ ସଂସ୍କୃତିର ବାର୍ତ୍ତାଵହ ଏବଂ ସୁବକ୍ତା। ଜଣେ ମିଷ୍ଟଭାଷୀ ସ୍ନେହମୟୀ ଅଧ୍ୟାପିକା ଭାବେ ଛାତ୍ର-ଛାତ୍ରୀଙ୍କର ଯେତିକି ପୂଜନୀୟା ଜଣେ ସଂସ୍କୃତି ଗବେଷିକା ଓ ସଙ୍ଗଠିକା ଭାବେ ସମାଜରେ ତତୋଽଧିକ ଆଦରଣୀୟା। ସାମାଜିକ ପ୍ରତିବଦ୍ଧତା ଆପଣଙ୍କର ଅନ୍ତରାତ୍ମାର ଆହ୍ଵାନ “ବୋଲି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ।ସ୍ୱର୍ଗତା ଡ.ମିଶ୍ର ମୁକ୍ତାଦେଈପୁର ଶାସନର କୁଞ୍ଜବିହାରୀ ମିଶ୍ରଙ୍କ ସୁକନ୍ୟା ଏବଂ ଢେଙ୍କାନାଳର ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତି ପ୍ରସାଦ ମିଶ୍ର,ଦଧିଚି ସମ୍ମାନପ୍ରାପ୍ତା ସମାଜସେବୀ ଶୈଳବାଳା ମିଶ୍ର ଓ ବରିଷ୍ଠ ଶିକ୍ଷାବିତ୍ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କର ବଡ଼ ଭଉଣୀ ଥିଲେ।ପ୍ରାକ୍ତନ ରୋଟାରୀ କ୍ଲବ୍ ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କରଙ୍କର ସେ ସହଧର୍ମିଣୀ ଥିଲେ।ସ୍ୱର୍ଗତା ଅବସର ପ୍ରାପ୍ତ ପ୍ରାଧ୍ୟାପିକା ସ୍ୱର୍ଗତ ଡକ୍ତର ସୁଚେତା ମିଶ୍ର ହାଉସିଂ ବୋର୍ଡ଼ କଲୋନୀ,ଢେଙ୍କାନାଳ ଟାଉନ୍ ରେ ଅବସ୍ଥାନ କରୁଥିଲେ।ତାଙ୍କର ଆକସ୍ମିକ ବିୟୋଗରେ ସମସ୍ତେ ଗଭୀର ମର୍ମାହତ।ତାଙ୍କର ସ୍ନେହ,ଶ୍ରଦ୍ଧା,ଭଲପାଇବା ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ।ତାଙ୍କର ହତଭାଗ୍ୟ ସ୍ବାମୀ ହରେକୃଷ୍ଣ,ପୁତ୍ର ସୋମୁ,କନ୍ୟା ସିମି,ଜାମାତା ଶଙ୍କର,ବଡ଼ଜା ନିରୁ,ବିଦୁ,ସାନଜା ପ୍ରୀତି,ମିତା,ମୀନାକ୍ଷୀ,ଲିଜା,ଦେଢ଼ଶୁର ଜଟି,ଦିଅର ହାତୀ,ଟୁଲୁ,ଲୁଲୁ,ଭାଇ,ଭଉଣୀ,ପୁତୁରା,ଝିଆରୀ, ଭଣଜା,ଭାଣିଜୀଙ୍କ ସମେତ ଢେଙ୍କାନାଳ ତଥା ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ସମସ୍ତ ପରିବାର ବର୍ଗ,ଆତ୍ମୀୟ ସ୍ୱଜନ,ପ୍ରିୟ ପରିଜନ ଓ ବନ୍ଧୁବର୍ଗ ସମସ୍ତେ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ, ଢେଙ୍କାନାଳର ସମ୍ପାଦକ ବିପିନ କୁମାର ଶତପଥୀ ସଭା ପରିଚାଳନା କରିଥିବା ବେଳେ,ସାନଭାଇ ଦୀନକୃଷ୍ଣ କର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ସମନ୍ବୟ ଓ ପରିଚାଳନାରେ ହତଭାଗ୍ୟ ସ୍ୱାମୀ ଅବସରପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କର, ଭାଇନା ବ୍ରହ୍ମ ନାରାୟଣ କର ଓ ଭାଉଜ ପ୍ରାଧ୍ୟାପିକା ନିହାର ମଞ୍ଜରୀ ମିଶ୍ର,ଇଞ୍ଜିନିୟର ତାରାପ୍ରସାଦ କର ଓ ତାଙ୍କ ପୁତ୍ର ସୋମଦତ୍ତ କରଙ୍କ ଭୂମିକା ପ୍ରଶଂସନୀୟ।

ଡା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

masiha

ପାପଡ଼ାହାଣ୍ଡିରେ ଲେବେଲ-ଭି (ଏ) ଶିକ୍ଷକ ସଙ୍ଘ ଗଠିତ 

Sunil Chandra Nayak

ନର୍ଲା ବ୍ଲକ୍ ପରିସରରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ

masiha

Leave a Comment

error: Content is protected !!