ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ ପେଡ୍ ମା କେ ନାମ୍ ୨.୦ ଆୟୋଜିତ

ଏକ୍ ପେଡ୍ ମା କେ ନାମ୍ ୨.୦ ଆୟୋଜିତ

ଜୁନାଗଡ଼ (ମ ନି ସ):- ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଏକ୍ ପେଡ୍ ମା କେ ନାମ୍ ୨.୦ ଅଭିଯାନ ଆୟୋଜିତ ହେଉଛି। ଏହି ଅଭିଯାନରେ ସାରା ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଶ୍ରୀ ତ୍ରିପୁରା ମହାନନ୍ଦଙ୍କ ଆବାହକତ୍ୱରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ର ୨୮ ଟି ଗ୍ରା.ପ ରେ ୨୮ ହଜାର ଚାରା ରୋପଣ କରାଯାଇଥିଲା । ଗୋଲାମୁଣ୍ଡା ଓ ଉଦେସୁରୁଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେର,ଏବିଡ଼ିଓ ଶ୍ରୀ ବିଜୟ ନାଏକ, ବିଇଓ ଶ୍ରୀ ରାଜେଶ ନାଏକ, ସରପଞ୍ଚ ଶ୍ରୀ ପୁରୁଷୋତ୍ତମ ରାଉତ,ସରପଞ୍ଚ ଶ୍ରୀ ନାରାୟଣ ଅଘରିଆ,ସରପଞ୍ଚ ଶ୍ରୀମତୀ ସ୍ବାଧୀ ପୁଟେଲ,ବରିଷ୍ଠ ବିଜେପି ନେତା ଶ୍ରୀ ବୃଷବ ନାଏକ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ସୁବାସ ନାଏକ, ଶ୍ରୀ ବୈଶାଖୁ କେତକୀ,ଶ୍ରୀ ଜୟ କୃଷ୍ଣ ସାହୁ ସମେତ ହଜାର ହଜାର ସଂଖ୍ୟା ରେ ମାଁ ଗୁରୁଜନ ଛାତ୍ର ଛାତ୍ରୀ ଅଧିକାରୀ ଉପସ୍ଥିତ ଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଜାଗ ଭୋଟର ଜାଗ 

masiha

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି ୫୧ ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତିରେ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ର

Sunil Chandra Nayak

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମlତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୧ ତମ ଅବ୍ୟକ୍ତ ସ୍ମୃତି ଦିବସ 

Sunil Chandra Nayak

Leave a Comment

error: Content is protected !!