ଚନ୍ଦାହାଣ୍ଡି-24/1(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀ ସ୍ଥିତ ସି ଆର୍ ପି ଏଫ୍ କ୍ୟାମ୍ଫ ପରିସରରେ 12 ବାଟାଲିୟନ ସି ଆର୍ ପିଁ ଏଫ୍ ପକ୍ଷରୁ କମlଡେଣ୍ଟ ଏନ କେ ପ୍ରସାଦଙ୍କ ନେତୃତ୍ୱରେ ଏକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦଳବେଡା, କୁହୁଡି, ଜମାଦାରପଡା, ବେହେରାମୁଣ୍ଡା, ଚନ୍ଦାହାଣ୍ଡି, ପାଟଖଲିଆ ପଂଚାୟତର ପ୍ରାୟ ଶତାଧିକ ଲୋକଙ୍କୁ ସି ଆର୍ ଏଫ୍ ସି ଙ୍କ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା l
ଏହି ଅବସରରେ ମୁଖ୍ୟ ଅତିଥି ଭାବେ 12 ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ର କମlଣ୍ଡର କ୍ରିଷ୍ଣା କୁମାର ସିଂ ଏବଂ ସମ୍ମାନିତ ଅତିଥି ଭାବେ ଓଏଲଆଇସି ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ,ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ, ଚନ୍ଦାହାଣ୍ଡି ସରପଞ୍ଚ ଗଂଗେଶ୍ବରୀ ପୂଜାରୀ,ପାନାବେଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶରତ ମାଝୀ,ସରପଞ୍ଚ କୃଷ୍ଣ ଜାନି,ଶିକ୍ଷକ ସନ୍ତୋଷ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ l
ଆମେ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ପ୍ରାଣ କୁ ପାଣି ଛଡେଇ ଦିନରାତି ନିର୍ଭିକ ଭାବେ ଶତ୍ରୁ ଦମନ କରୁଥିବା ବେଳେ ଆପଣ ମାନଙ୍କ ସହଯୋଗ ପୂର୍ବକ କିପରି ପୋଲିସ ଓ ସିଆରପିଏଫ ଯବାନ ମାନଙ୍କୁ ଦେଖି ଭୟଭୀତ ନ ହେବା ନେଇ କମlଣ୍ଡର ଶ୍ରୀସିଂ ମତବ୍ୟକ୍ତ କରିଥିବା ବେଳେ ସିଆରପିଏଫ ମାନଙ୍କ ନିକଟତର ହେବା ସହିତ ଭୟ ଦୂର ସହ ସୁସମ୍ପର୍କ ସ୍ଥାପନ କରିବl ନେଇ ଶ୍ରୀପlଢ଼ୀ ସମସ୍ତ ଉପସ୍ଥିତ ଜନସାଧାରଣ ବୁଝେଇଥିଲେ l ଏହି କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଏବଂ ବୟସ୍କ ବ୍ୟକ୍ତି ଯୋଗଦେଇ ଥିବା ବେଳେ ସେମାନଙ୍କୁ କମ୍ବଳ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କରାଯlଇଥିଲା l ସମସ୍ତଙ୍କୁ ଭୋଜନ ଆପ୍ୟାୟିତ ସହ ପରବର୍ତୀ କାର୍ଯ୍ୟକ୍ରମରେ ଦେଶଭକ୍ତି ଭିଡିଓ ପ୍ରଦର୍ଶିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କମlଣ୍ଡର ସୁଶାନ୍ତ କୁମାର ନାୟକ, ଏନ.ସି ଭୋଇ, ରାମ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷକ ସନ୍ତୋଷ ଖମାରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ କମlଣ୍ଡର ରବି କିରନ ଧନ୍ୟବାଦ ଅର୍ପଣ କରିଥିଲେ l
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍


