ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦାହାଣ୍ଡି-24/1(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀ ସ୍ଥିତ ସି ଆର୍ ପି ଏଫ୍  କ୍ୟାମ୍ଫ ପରିସରରେ 12 ବାଟାଲିୟନ  ସି ଆର୍ ପିଁ ଏଫ୍ ପକ୍ଷରୁ କମlଡେଣ୍ଟ ଏନ କେ ପ୍ରସାଦଙ୍କ ନେତୃତ୍ୱରେ ଏକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦଳବେଡା, କୁହୁଡି, ଜମାଦାରପଡା, ବେହେରାମୁଣ୍ଡା, ଚନ୍ଦାହାଣ୍ଡି, ପାଟଖଲିଆ ପଂଚାୟତର ପ୍ରାୟ ଶତାଧିକ ଲୋକଙ୍କୁ  ସି ଆର୍ ଏଫ୍ ସି ଙ୍କ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ 12 ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ର କମlଣ୍ଡର କ୍ରିଷ୍ଣା କୁମାର ସିଂ ଏବଂ ସମ୍ମାନିତ ଅତିଥି ଭାବେ ଓଏଲଆଇସି ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ,ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ, ଚନ୍ଦାହାଣ୍ଡି ସରପଞ୍ଚ ଗଂଗେଶ୍ବରୀ ପୂଜାରୀ,ପାନାବେଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶରତ ମାଝୀ,ସରପଞ୍ଚ କୃଷ୍ଣ ଜାନି,ଶିକ୍ଷକ ସନ୍ତୋଷ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ l ଆମେ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ପ୍ରାଣ କୁ ପାଣି ଛଡେଇ ଦିନରାତି ନିର୍ଭିକ ଭାବେ ଶତ୍ରୁ ଦମନ କରୁଥିବା ବେଳେ ଆପଣ ମାନଙ୍କ ସହଯୋଗ ପୂର୍ବକ କିପରି ପୋଲିସ ଓ ସିଆରପିଏଫ ଯବାନ ମାନଙ୍କୁ ଦେଖି ଭୟଭୀତ ନ ହେବା ନେଇ କମlଣ୍ଡର ଶ୍ରୀସିଂ ମତବ୍ୟକ୍ତ କରିଥିବା ବେଳେ ସିଆରପିଏଫ ମାନଙ୍କ ନିକଟତର ହେବା ସହିତ ଭୟ ଦୂର ସହ ସୁସମ୍ପର୍କ ସ୍ଥାପନ କରିବl ନେଇ ଶ୍ରୀପlଢ଼ୀ ସମସ୍ତ ଉପସ୍ଥିତ ଜନସାଧାରଣ ବୁଝେଇଥିଲେ l ଏହି କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଏବଂ ବୟସ୍କ ବ୍ୟକ୍ତି ଯୋଗଦେଇ ଥିବା ବେଳେ ସେମାନଙ୍କୁ କମ୍ବଳ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କରାଯlଇଥିଲା l ସମସ୍ତଙ୍କୁ ଭୋଜନ ଆପ୍ୟାୟିତ ସହ ପରବର୍ତୀ କାର୍ଯ୍ୟକ୍ରମରେ ଦେଶଭକ୍ତି ଭିଡିଓ ପ୍ରଦର୍ଶିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କମlଣ୍ଡର ସୁଶାନ୍ତ କୁମାର ନାୟକ, ଏନ.ସି ଭୋଇ, ରାମ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷକ ସନ୍ତୋଷ ଖମାରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ କମlଣ୍ଡର ରବି କିରନ ଧନ୍ୟବାଦ ଅର୍ପଣ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ କବିତା ଓ ଗଳ୍ପ ଦିବସ ଉପଲକ୍ଷେ କମ୍ଯୁନ୍ ଓଡ଼ିଶା ଦ୍ୱାରା ରାଉରକେଲା ରେ ଓପନ ମାଇକ କାର୍ଯ୍ଯକ୍ରମ

masiha

ଧର୍ମ ପରାୟଣ ପାର୍ଥ ସାରଥି କବିଙ୍କ ଦେହାନ୍ତରେ ଵାମନଘାଟୀ ବ୍ରାହ୍ମଣ ମହାସଭାର ତରଫରୁ ଶୋକସଭା

masiha

ବଡ଼ବାଙ୍କି–ଚାରପାଣି ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!