ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫସଲ ନଷ୍ଟ କ୍ଷତି ପୂରଣ ପ୍ରକ୍ରିୟା ଆରମ୍ଭ 

ଫସଲ ନଷ୍ଟ କ୍ଷତି ପୂରଣ ପ୍ରକ୍ରିୟା ଆରମ୍ଭ 

ଆସିକା, ୨୦/୧/୨୫ // ଗତ ମାସର ଲଗାଣ ବର୍ଷା ରେ ଧରାକୋଟ ତହସିଲ ର ଚାଷୀ ଭାଇ ମାନଙ୍କ ର ଖରିଫ ଧାନ ଫସଲ ବ୍ୟାପକ ପରିମାଣରେ ନଷ୍ଟ ହୋଇଥିଲା । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀମାନେ ଧାର କରଜ କରି ଜେନ ତେନ ପ୍ରକାରେ ରୁଆ ରୁଇ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରାୟ 40 ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଯାଇଥିଲା । ଚାଷୀ ମାନଙ୍କ ଅଭିଯୋଗ ପରେ ମନ୍ତ୍ରୀ ଓ ସରକାରୀ ଅଧିକାରୀ ମାନେ କ୍ଷତିଗ୍ରସ୍ତ ଚାଷ ଜମିକୁ ଦେଖିବା ପରେ ରିପୋର୍ଟ ପ୍ରଦାନ କରିଥିଲେ। ସମ୍ପ୍ରତି ସରକାରୀ ସ୍ତରରେ ଏହାର ଆକଳନ କରାଯାଇ ଚାଷୀ ମାନଙ୍କୁ କ୍ଷୟ କ୍ଷତି ପୂରଣ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହି ଅନୁପାତରେ ଧରାକୋଟ ତହସିଲ କୁ 2 କୋଟି 67 ଲକ୍ଷ 28 ହଜାର 551ଟଙ୍କା ମଞ୍ଜୁର ହୋଇଥିବା ତହସିଲଦାର ଲମ୍ବୋଦର ମାରାଣ୍ଡି ସୂଚନା ପ୍ରଦାନ କରିଛନ୍ତି । ଧରାକୋଟ ତହସିଲ ଅନ୍ତର୍ଗତ ଧରାକୋଟ , ମୁଣ୍ଡମରାଇ, ଢ଼ଉଗାଁ, ଝାଡ଼ବନ୍ଧ, ଜାହାଡା, ବରଡା ବିଲି, ମାଣିକପୁର ରାଜସ୍ବ ସର୍କଲ ର 205 ରାଜସ୍ବ ଓ ଜଙ୍ଗଲ ଅଧିକୃତ ଗ୍ରାମର 8026 ଜଣ ଚାଷୀ ଏହି କ୍ଷତି ପୂରଣ ଅର୍ଥ ପାଇବେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପ ଦାନ ସହ ଶ୍ରଦ୍ଧାଞ୍ଜଳି

ମନରେଗା ଯୋଜନାରେ କେନାଲ କାମ ଚାଷୀ ମୁହଁରେ ଫୁଟିଲା ହସ 

Sunil Chandra Nayak

ଝାଡଖଣ୍ଡରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ

masiha

Leave a Comment

error: Content is protected !!