ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସାହିତ୍ୟ ଆଲୋଚନା ଚକ୍ର ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସାହିତ୍ୟ ଆଲୋଚନା ଚକ୍ର ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

ଧର୍ମଗଡ଼ :ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାହିତ୍ୟ ଆଲୋଚନା ଚକ୍ର ଓ ସାହିତ୍ୟ ପ୍ରତିଯୋଗୀତା ଉଦଯାପନୀ ଉତ୍ସବ ଆୟୋଜିତ ହେବା ସହ ଓଡ଼ିଆ ସାହିତ୍ୟ ର ଲବ୍ଧପ୍ରତିଷ୍ଠିତ କବି ଓ ଲେଖକ ମାନଙ୍କ ତୈଳ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି l ପ୍ରଥମ ଅଧିବେଶନରେ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ସଂସ୍କୃତି ଆଧାରିତ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା l ଏଥିରେ ସମ୍ମାନିତ ଆଲୋଚକ ଭାବେ ପଞ୍ଚାୟତ ମହାବିଦ୍ୟାଳୟ,ଧର୍ମଗଡ଼ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଶ୍ରୀ ସତ୍ୟ ପଟ୍ଟନାୟକ ଏବଂ ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ ର ବରିଷ୍ଠ ଇଂରାଜୀ ଅଧ୍ୟାପକ, ଲିଙ୍ଗରାଜ ପାତ୍ର ଯୋଗ ଦେଇ “ଓଡ଼ିଆ ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି” ପ୍ରସଙ୍ଗରେ ଆଲୋଚନା କରିଥିଲେ l ଦ୍ଵିତୀୟ ଅଧୀବେଶନର ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତି ପ୍ରିୟମ୍ବଦା ଚାନ୍ଦ ଅଧ୍ୟକ୍ଷତା କରିଥିବାବେଳେ, ପ୍ର. ସତ୍ୟ ପଟ୍ଟନାୟକ ମୁଖ୍ୟ ଅଥିତି ତଥା ଅଧ୍ୟାପକ ଲିଙ୍ଗରାଜ ପାତ୍ର,ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା, ଅଧ୍ୟକ୍ଷା,ମହିଳା ସ୍ନାତକ ମହାବିଦ୍ୟାଳୟ, ଶ୍ରୀମତୀ ସୁମିତା ମିଶ୍ର, ବରିଷ୍ଠ ଇତିହାସ ଅଧ୍ୟାପିକା ସମ୍ମାନିତ ଅତିଥି ଆସନ ଅଳଙ୍କୃତ ପୂର୍ଵକ ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଅଧ୍ୟାପକ ଶ୍ରୀ ବଙ୍କିମ କୁମାର ମୁଣ୍ଡ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ, ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟାପିକା ମମତା ତ୍ରିପାଠୀ, ଅଧ୍ୟାପିକା ସରିତା ସାମନ୍ତରାୟ, ଅଧ୍ୟାପିକା ସବିତା ପାଇକରାୟ ତଥା ଅଣ ଶିକ୍ଷକ କର୍ମଚାରୀ ଭାଗ୍ୟବତୀ ମିଶ୍ର, ସୁଜାତା ସାହୁ, ଡମ୍ବରୁ ଧର ନାଏକ, ମନୋଜ ସେଠି ପ୍ରମୁଖ ସହଯୋଗ ପ୍ରଦାନକରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧- ନିଲାବାଡ଼ିରେ ବିଜେପିର ମିଶ୍ରଣ ପର୍ବ ୨୫୦ ରୁ ଅଧିକ କଂଗ୍ରେସ ଛାଡି ବିଜେପିରେ ସାମିଲ , ୨- ବାଇକ ଦୁର୍ଘଟଣା ଦୁଇଜଣ ଆହାତ 

Sunil Chandra Nayak

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି 

DRM Inaugurates New Facility at Ultra Washtex Pvt. Ltd.

Sunil Chandra Nayak

Leave a Comment

error: Content is protected !!