ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୯/୧ // ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। ସୋମବାର କୋକସରା ବ୍ଲକ୍ ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ସରପଞ୍ଚ ଯମୁନା ନାଏକ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟ ବକ୍ତା ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସାମାଜିକ କର୍ମି ଧର୍ମାନନ୍ଦ ନାଏକ, ଜିତେନ୍ଦ୍ର ପଣ୍ଡା ପ୍ରମୂଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ପ୍ରତିଶୃତିବଦ୍ଧ ବୋଳି କହିଥିଲେ। ଲୋଇସିଙ୍ଗା ବଜାସାଲ ସାଂସ୍କୃତିକ ଗ୍ରୁପର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଝୁମି ଯାଇଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ । ପଞ୍ଚାୟତ ପିଇଓ ଗିରିଶ ଚନ୍ଦ୍ର ନାଏକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ନୂତନ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ପୁନର୍ଗଠିତ

Sunil Chandra Nayak

ପାପଡାହାଣ୍ଡି ବ୍ଳକ ରେ ଓମଜାଦ ଟପ୍ପର   

masiha

Leave a Comment

error: Content is protected !!