ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରଚଳା କଲେଜରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ 

କରଚଳା କଲେଜରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ 

ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଉଦଯାପିତ ଦିବସରେ ବିଦ୍ୟାଳୟର ଅଧକ୍ଷ ଭାରତ ଭୂଷଣ ମୁଣ୍ଡ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆତ୍ମ ରକ୍ଷା ତାଲିମ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁଧୀର କୁମାର ପଣ୍ଡା ,ଅଧ୍ୟାପକ ଭବାନୀ ଶଙ୍କର ପଣ୍ଡା ,ସୁବାଷ ଚନ୍ଦ୍ର ମେହେର ଏବଂ ଗିରିଧାରୀ ନାଗ ପ୍ରମୁଖ ଯୋଗ ଦେଇଥିଲେ ।ଏହି ତାଲିମ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି ।ମହିଳା ମାନଙ୍କୁ ଅସୁରକ୍ଷିତ ପରିସ୍ଥିତିକୁ ସାମନା କରି କିପରି ସୁରକ୍ଷିତ ରହିବେ ଏହା ହେଉଛି ଏହି ଆତ୍ମ ରକ୍ଷା ତାଲିମର ମୁଳ ଲକ୍ଷ ।କ୍ରୀଡା ଶିକ୍ଷକ ଜୟ କିଶନ ବେହେରା ୮ ଦିନ ଧରି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିବା ବେଳେ ପ୍ରଶିକ୍ଷକ ଧନୀକ। ନ।ଏକ ଆତ୍ମ ରକ୍ଷାର କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଗିରିଧାରୀ ନାଗ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଦଶହରା ସମୟରେ ମାସ ମାସ ଧରି ଶ୍ରମିକଙ୍କୁ ଦରମା ନାହିଁ,ସରକାରଙ୍କ ଛୁଟିଦିନ ଶନିବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ କାହାର?

masiha

Hindalco’s Baphlimali becomes India’s first bauxite mine to secure ASI certification

Sunil Chandra Nayak

ନ୍ୟୁ ଇଣ୍ଡିଆ ଦ୍ୱାରା ବର୍ଷାଜଳ ସଂରକ୍ଷଣ ସଚେତନତା

Sunil Chandra Nayak

Leave a Comment

error: Content is protected !!