ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ “ସବୁଜ ବାହିନୀ ସେବା ସମ୍ମାନ” ରେ ସମ୍ମାନିତ

ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ “ସବୁଜ ବାହିନୀ ସେବା ସମ୍ମାନ” ରେ ସମ୍ମାନିତ

କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁଜ ବାହିନୀ ର ପ୍ରଥମ ବାର୍ଷିକ ଉତ୍ସବ ମହିଁଷାସୁର କେସି ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ରାଜନଗର ର ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ ଅଗ୍ନି ବିପନ୍ନ ପରିବାର, ଭିନ୍ନକ୍ଷମ ଲୋକ, ମାଗଣା ରେ ସିଲାଇ ଶିକ୍ଷା ଦାନ, ବିବିହ୍ନ ସ୍ଥାନ ରେ ଜଳଛତ୍ର କରି ଦୁଃଖୀ ଦରଦୀ ମାନଙ୍କର ସାଥୀ ହେବା ସହ ସମାଜର କଲ୍ୟାଣ ନିମନ୍ତେ ସମାଜ ସେବାରେ ସମର୍ପଣ କରି ବିପଦରେ ଥ‌ିବା ଲୋକ ମାନଙ୍କୁ ସେବା ଯୋଗାଇ ଆସୁଥିବା ରୁ ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ “ସବୁଜ ବାହିନୀ ସେବା ସମ୍ମାନ” ରେ ସମ୍ମାନିତ କରିଛନ୍ତି । 

ଓଡିଶା ସାଇନ ଫାଉଣ୍ଡେସନ ଟ୍ରଷ୍ଟ ର ସକ୍ରିୟ ସଦସ୍ୟ ତପନ କୁମାର ମହାନ୍ତି , ସଦସ୍ୟ ନିହାର ରଞ୍ଜନ ବିଶ୍ୱାଳ, ପ୍ରଦୀପ କୁମାର ନାୟକ, ମଣି ରାମ ସାହୁ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ଅତିଥ୍‌ଙ୍କ ଠାରୁ ମାନପ‌ତ୍ର, ଉତ୍ତରୀୟ ଓ ପଦକ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍ ଭାବରେ ଶ୍ରୀଯୁକ୍ତ ସୁଦର୍ଶନ ଗୋପୀନାଥ ଯାଦବ ବନଖଣ୍ଡ ଅଧିକାରୀ ଲୁଣା ଜଙ୍ଗଲ ଓ଼ ବନ୍ୟ ପ୍ରାଣୀ ବନଖଣ୍ଡ ରାଜନଗର, ସମ୍ମାନିତ ଅତିଥ୍ ଭାବରେ ଶ୍ରୀଯୁକ୍ତ ନିଶାନ କୁମାର ମିଶ୍ର ମଣ୍ଡଳ ଉନ୍ନୟନ ଅଧୂକାରୀ ରାଜନଗର, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରାଉତ, ଯୁବ ସମାଜ ସେବୀ,ଟୁକୁନା ଷ୍ଟାଇଲିସ୍ କଳାକାର, ଯୋଗ ଦେଇଥିଲେ! ସବୁଜ ବାହିନୀ ଅନୁଷ୍ଠାନର ମୁଖ୍ୟ ମୁଖ୍ୟ ପ୍ରତିଷ୍ଠାତା ସୌରଭ କୁମାର ଜେନା ଓ ଅନୁଷ୍ଠାନକୁ ର ସଭ୍ୟ ଓ଼ ସଭ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

କୋକସରା ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ 

Sunil Chandra Nayak

ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ପୁଅ ର ଅଙ୍ଗଦାନ 

masiha

ଉଲ୍ଲେଖନୀୟ ପ୍ରଦର୍ଶନକୁ ସମ୍ମାନ ଜଣାଇ ରାୟଗଡା ଜିଲ୍ଲାକୁ ଆର୍ଥିକ ଅନୁଦାନ ୫ କୋଟି ପ୍ରଦାନ କରିଛନ୍ତି ନୀତିଆୟୋଗ 

masiha

Leave a Comment

error: Content is protected !!