ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ଥାନା ଘଣ୍ଟବାହାଳୀରେ ଅଜଣା ଗାଡ଼ି ଧକ୍କା, ଯୁବକଙ୍କ ମୃତ୍ୟୁ, ଏ.ଏସ୍.ଆଇ ଙ୍କ ତତ୍ପରତାକୁ ପ୍ରଶଂସା

ଜୁନାଗଡ ଥାନା ଘଣ୍ଟବାହାଳୀରେ ଅଜଣା ଗାଡ଼ି ଧକ୍କା, ଯୁବକଙ୍କ ମୃତ୍ୟୁ,

ଏ.ଏସ୍.ଆଇ ଙ୍କ ତତ୍ପରତାକୁ ପ୍ରଶଂସା

ଜୁନାଗଡ଼୧୦/୦୭(ମନୀସ) ଜୁନାଗଡ଼ ଥାନା ଅନ୍ତର୍ଗତ ଘଣ୍ଟବାହାଳୀ ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କଲମପୁର ବ୍ଲକ ଚୁରା ଗାଁର ଭବାନୀ ଶଙ୍କର ପଣ୍ଡା ବୋଲି ଜଣାପଡିଛି । ସେ ବାଇକ୍ ଯୋଗେ ଭବାନୀପାଟଣାରୁ ନିଜ ଗାଁକୁ ଫେରୁଥିବା ବେଳେ ଘଣ୍ଟବାହାଳୀ ଠାରେ ଅଜଣା ଗାଡ଼ିଟି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ଖବର ପାଇ ଜୁନାଗଡ଼ ଥାନାର ଏ ଏସ୍ ଆଇ ସ୍ମିତା ମାଝୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଅବସ୍ଥାରେ ଥିବା ଯୁବକଙ୍କୁ ନିଜେ ପୋଲିସ ପିସିଆର ଗାଡ଼ିରେ ଜୁନାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଏ ଏସ୍ ଆଇ ସ୍ମିତା ମାଝୀଙ୍କ ଏଭଳି ତତ୍ପରତା ଏବଂ ମାନବିକତାକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

masiha

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2025 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

ଆସନ୍ତା ମାର୍ଚ୍ଚ ୧୬ ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!