ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକରେ ସମନ୍ୱୟ ଓ ଯୋଜନା ବୈଠକ ଅନୁଷ୍ଠିତ

ନର୍ଲା ବ୍ଲକରେ ସମନ୍ୱୟ ଓ ଯୋଜନା ବୈଠକ ଅନୁଷ୍ଠିତ

ନର୍ଲା ମହାଶକ୍ତି ଫାଉଣ୍ଡେସନର ଆନୁକୂଲ୍ୟରେ ଆଜି ନର୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ “ସମନ୍ୱୟ ଓ ଯୋଜନା ସଂଗ୍ରହିକରଣ (Convergence and Scheme Mobilization)” ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଉଦ୍ଦେଶ୍ୟ ଥିଲା ବିଭିନ୍ନ ସରକାରୀ ବିଭାଗ, ପଞ୍ଚାୟତ ଅନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଯୋଜନା ଗୁଡିକର ସୁଫଳ ଅଧିକରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଶିଶିର କୁମାର ବିଶୋଇ ଦୀପ ପ୍ରଜ୍ଜଳନ ପୂର୍ବକ ବୈଠକ ର ଶୁଭ ଉଦଘାଟନ କରିଥିଲେ । ଶ୍ରୀ ବିଶୋଇ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟ ରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କଲେ ହିଁ କାର୍ଯକ୍ରମ ଗୁଡିକର ସଫଳ ରୂପାୟନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ଏସ.ବି.ଆଇ ଫାଉଣ୍ଡେସନ ର ସହାୟତା ରେ ନର୍ଲା ବ୍ଲକ ରେ ଚାଲିଥିବା ଜଳବାୟୁ ସହଣୀ ପ୍ରାକୃତିକ କୃଷି ସମ୍ପର୍କୀୟ କାର୍ଯ୍ୟକ୍ରମ ବିଷୟରେ ମହାଶକ୍ତି ଫାଉଣ୍ଡେସନ୍ ର ପକଳ୍ପ ସଂଯୋଜକ ଶ୍ରୀ ସୀମାଞ୍ଚଳ ପଟ୍ଟନାୟକ ଉପସ୍ଥାପନା କରିଥିଲେ । ବୈଠକରେ ସହକାରୀ କୃଷି ଅଧିକାରୀ, ନର୍ଲା ଶ୍ରୀ ପ୍ରବୀଣ କୁମାର ସାହୁ, ଓଡ଼ିଶା ଜୀବିକା ମିଶନ (OLM) ର BPM ଶ୍ରୀ ସନତ କୁମାର ସାହୁ ତଥା ମୃତ୍ତିକା ସଂରକ୍ଷଣ ବିଭାଗ, ଜଙ୍ଗଲ ବିଭାଗ, ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ, କୃଷି ବିଭାଗ ର ପ୍ରତିନିଧି ତଥା ବାଲିଶୀଙ୍ଗା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପୂଜା ସାରିନୋଭା ସ୍ୱାଇଁ ଏବଂ ପ୍ରଗତି ଚାଷୀ କୃଷକ ଉତ୍ପାଦକ କମ୍ପାନୀ ର ପ୍ରତିନିଧି ମାନେ ଏହି ବୈଠକ ରେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ମହାଶକ୍ତି ଫାଉଣ୍ଡେସନ ର ବରିଷ୍ଠ ପରିଚାଳକ ଶ୍ରୀ ସୁଶାନ୍ତ କୁମାର ସାହୁ ବୈଠକ ପରିଚାଳନା କରିଥିବା ବେଳେ ହିମାଂଶୁ ଶେଖର ବେହେରା, ଶ୍ୱେତା ଷଡ଼ଙ୍ଗୀ, ମନୋଜ କୁମାର ରଣା ଏବଂ ହିମାଚଳ ନାଗ ପରିଚାଳନା ରେ ସହଯୋଗ କରିଥିଲେ ।

ଦିଲୀପ କୁମାର୍ ମିଶ୍ର ଙ୍କ ରିପୋର୍ଟ୍ 

Related posts

ପିକନିକ ସ୍ପଟ ନେହେରୁ ବଙ୍ଗଳା ,ସାମୁଦ୍ରିକ ଉପକୂଳରେ ସାମ୍ବାଦିକ ସୁରକ୍ଷା ସମିତିର ବନ ମହୋତ୍ସବ 

Sunil Chandra Nayak

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ସୁନାମୋହିରେ ସ୍ୱାସ୍ଥ୍ୟ ସେବା ଶିବିର 

Leave a Comment

error: Content is protected !!