ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

 ମୟୂରଭଂଜ – ୧୬/୦୬ —  ତିରିଂ ପଞ୍ଚାୟତସମିତି ଅଧିନରେ ଥିବା ଗ୍ରାମପଞ୍ଚାୟତ ସ୍ତରରେ ଗ୍ରାମସଭା ହୋଇ ପ୍ରକଳ୍ପଗୁଡିକ ପଞ୍ଚାୟତ ସମିତିରେ ପାରିତ ହୋଇଥିଲା ।ସରକାରଙ୍କ ଗାଇଡ ଲାଇନ ଏବଂ ଚିଠି ଅନୁସାରେ ପଞ୍ଚାୟତ ସମିତି ୬୦ % ଏବଂ ବିଧାୟକ ୪୦% ହିସାବରେ ପ୍ରକଳ୍ପ ଗୁଡ଼ିକ ଭାଗବଣ୍ଟା ହେବା କଥା ।କିନ୍ତୁ ବିଧାୟକ ପଞ୍ଚାୟତ ସମିତିକୁ କିଛି ନ ଜଣାଇ ସମସ୍ତ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରିଛନ୍ତି ।ଏହାର ପ୍ରତିବାଦ ସ୍ବରୂପ ତିରିଂ ପଞ୍ଚାୟତ ସମିତିର ସଭ୍ୟ/ ସଭ୍ୟା,ଏବଂ ସରପଞ୍ଚ ସମିତି ସଭ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି ।ଏହାର ପ୍ରତିବାଦ ସ୍ବରୂପ ଗତ ୧୦/୦୬/ ୨୫ ତାରିଖ ଦିନ ବ୍ଳକରେ ହୋଇଥିବା’ ବିକାଶ ବାହନ ରଥ’ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ଏହାକୁ ନେଇ ଗତ ୧୦ ତାରିଖରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସମେତ ସରପଞ/ ସମିତି ସଭ୍ୟ / ସଭ୍ୟା ବୃନ୍ଦ ତିରିଂ ରେ ତିରିଂ ବିଡ଼ିଓଙ୍କ ଏବଂ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରି ଏହାର‌ ସମାଧାନ ପାଇଁ ଅନୁରୋଧ କରିଥିଲେ ଯେ  ବିକଶିତ ଗାଁ ବିକଶିତ ଓଡିଶା’ ” 5th SFC'” ପ୍ରକଳ୍ପ ବିଷୟରେ ଉପୁଜିଥିବା ସମସ୍ୟାର ତୁରନ୍ତ ସମାଧାନ କରାଯାଇ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ / ସଭ୍ୟା ମାନଙ୍କ ଅଧିକାର ଦିଆଯାଉ ।ନଚେତ ଆସନ୍ତା ୧୬/୦୬/୨୫ ତାରିଖରୁ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତି ପୁର୍ଣ ଧର୍ମଘଟରେ ବସିବା ପାଇଁ ବାଧ୍ୟ ହେଵେ । କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଲା ରୁ ବାଧ୍ୟ ହୋଇ ପୂର୍ବ ସୂଚନା ଅନୁସାରେ ଆଜି ଷୋମବାରଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପରମେଶ୍ବର ସାମାଡ ଙ୍କ ନେତୃତ୍ଵରେ,ଉପାଧ୍ଯକ୍ଷା ପୂର୍ଣିମା ଵାର୍ଦା, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ରେଙ୍ଗେଲବେଡା ସମିତି ସଭ୍ଯା ସୁମି ମାର୍ଣ୍ଡି,ନାରଣପୁର ସମିତି ସଭ୍ୟା ସୌଭ୍ଯାଗିନୀ ସି,ସାନଭୁଣ୍ଡୁ ସରପଞ୍ଚ ହାରାମି ମୁର୍ମୁ,,ପଣ୍ଡୁପାଣି ସରପଞ୍ଚ,,ଲୁପୁଙ୍ଗ ସମିତି ସଭ୍ଯା ,,ନାରଣପୁର ସରପଞ୍ଚ ,ଲୁପୁଙ୍ଗ ସରପଞ୍ଚ,ବଡନାରାଣି ସରପଞ୍ଚ,ପଣ୍ଡୁପାଣି ସମିତି ସଭ୍ୟା ଯେନାମଣି ଷୁଣ୍ଢି,କୁଲୁଘୁଟୁ ସମିତି ସଭ୍ୟ ଚାମରୁ ହେମ୍ବ୍ରମ, ଗିତିଲତା ସରପଞ୍ଚ ଭାଦା ସୋରେନ,ରେଙ୍ଗେଲଵେଡା ସରପଞ୍ଚ ପ୍ରମୁଖଙ୍କ ସମେତ ଅନ୍ୟ ଜନ ପ୍ରତିନିଧି ତିରିଂ ବ୍ଳକ ସମ୍ମୁଖରେ ଦାବି ସମାଧାନ ନ ହେଲା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଗଣମାଧ୍ୟମକୁ କହିଥିଲେ ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ହିନ୍ଦୋଳ ରେ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

masiha

ଅର୍ଥ ଅଭାବ ରୁ ବନ୍ଧା ପଡିଛି ଛାତ୍ରର ଭାଗ୍ୟ ଭବିଷ୍ୟତ,କର୍ତ୍ତୃପକ୍ଷ ଏହାର ଉପରେ ବିଚାର କରିବା ଆବଶ୍ୟକତା ରହିଛି

Sunil Chandra Nayak

Leave a Comment

error: Content is protected !!