ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଜପୁର ଡାଇରିଆ ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ଟିମ ର ଅନୁଧ୍ୟାନ ଓ ସମୀକ୍ଷା

ଯାଜପୁର ଡାଇରିଆ ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ଟିମ ର ଅନୁଧ୍ୟାନ ଓ ସମୀକ୍ଷା

ଯାଜପୁର ୧୭ ଜୁନ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ ) : ଆଜି କେନ୍ଦ୍ରୀୟ ଟିମ୍ ଯାଜପୁର ଜିଲ୍ଲାର ଡାଇରିଆ ପ୍ରବଣ ଅଞ୍ଚଳରେ ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଏବଂ ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସପାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଲୋଚନା ପୂର୍ବକ କହିଛନ୍ତି ଡାଇରିଆ ନିରାକରଣ ଏବଂ ଏହା ରୋକିବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ରୀୟ ଟିମ୍ ସନ୍ତୋଷ ପ୍ରକାଶ ସହ ଏହା ସଠିକ୍ ପ୍ରକ୍ରିୟା ବୋଲି ମତ ରଖିଛନ୍ତି। ପ୍ରତ୍ୟେକ ଦିନ କେତେ ନୂଆ ସଂକ୍ରମିତ ରୋଗୀ ଆସୁଛନ୍ତି ଏହାର ଅନୁଧ୍ୟାନ କରାଯାଉଛି। ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଟିମ୍ ଦ୍ଵାରା ବିଶୋଧନ (ଡିସଇନ୍ଫେକ୍ସନ୍) କରାଯାଉଛି ଏବଂ ଏହା ମଧ୍ୟ ଆଗକୁ ଚାଲୁ ରହିବ। ଆଶା, ଅଙ୍ଗନୱାଡି କର୍ମୀ, ଏସ.ଏଚ.ଜି, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଘର ଘର ବୁଲି ଫୁଟା ପାଣି ପିଇବା, ନିୟମିତ ଭାବରେ ସାବୁନ୍ ରେ ହାତ ଧୋଇବା, ପୋଖରୀ ପାଣିରେ ନ ଗାଧୋଇବା କିମ୍ବା ପୋଖରୀ ପାଣିକୁ କୌଣସି କାର୍ଯ୍ୟରେ ବ୍ୟବହାର ନକରିବାକୁ ପରାମର୍ଶ ଦେବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ପରାମର୍ଶ ଦେଉଛନ୍ତି।ଏହା ସହିତ ଓ ଆର ଏସ, ହାଲୋଜେନ ବଟିକା, ବ୍ଲିଚିଙ୍ଗ ଇତ୍ୟାଦି ଘର ଘର ବଣ୍ଟନ କରାଯାଉଛି। ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପାନୀୟ ଜଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପରାମର୍ଶ ଦିଆଯିବା ସହିତ ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରୟ ହେଉଥିବା ଖାଦ୍ୟ ଦୋକାନରେ ଚଢ଼ାଉ କରାଯାଉଛି। କେନ୍ଦ୍ରୀୟ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଅନ୍ୟାନ୍ୟ ଡାଇରିଆ ପ୍ରବଣ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସ୍ଥିତି ଅନୁଧ୍ୟାନ କରି ତଥ୍ୟ ପ୍ରକାଶ କରିବେ ବୋଲି କହିଥିଲେ।ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୧୮୫ ନୂଆ ଆଡମିଟ ହୋଇଥିବାବେଳେ ୧୫ ଜଣଙ୍କୁ ରେଫେର କରାଯାଇଛି ଏବଂ ୧୭୨ ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟ ରେ ମୋଟ ୧୯୩ ଜଣ ରୋଗୀ ଚିକିତ୍ସତ ହେଉଛନ୍ତି।

Related posts

ପଲ୍ଲିସଭା ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ କରୁନଥିବା ନେଇ ସରପଞ୍ଚ ଙ୍କ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

କୁଲିହlରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପରିବେଶ ଦିବସ ପାଳିତ

masiha

ସୁନ୍ଦରଗଡ଼ ଜିଲ୍ଲା :କୋଇଡ଼ା ଡିଗ୍ରୀ କଲେଜରେ ଶେଷବର୍ଷର କଳା ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କର ବିଦାୟ ଉତ୍ସବ 

masiha

Leave a Comment

error: Content is protected !!