ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

ରାୟଗଡା-:  ଅଦ୍ୟ ତା-୧୨.୦୬.୨୦୨୩ ରିଖ ସୋମବାର ଦିନ ସକାଳ ଘ.୮.୩୦ମି ରେ ସ୍ଥାନୀୟ “ଜି.ସି.ଡି ଜିଲ୍ଳା ହାଇସ୍କୁଲ” ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଶ୍ରମ ଅଧିକାରୀ ଗୋପାଳ କ୍ରିଷ୍ନା ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆଇନ ପରାମର୍ଶ ଦାତା ନିରାକାର ପାଢି, ପ୍ରୋଗ୍ରାମ୍ ଅଫିସର ଶ୍ରୀମତି କମାକ୍ଷୀ ପାଢି, ସି.ଡବ୍ଲୁ.ସି ମେମ୍ବର ଜ୍ୟୋସ୍ନାମୟୀ ପାଢୀ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ ଙ୍କ ସମେତ ଜି.ସି.ଡି ଜିଲ୍ଳା ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ସେହି ସ୍କୁଲ ର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ଶିଶୁ ଶ୍ରମିକ ମାନଙ୍କର ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜି.ସି.ଡି ଜିଲ୍ଳା ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଣେ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ସ୍କୁଲ

masiha

ଦକ୍ଷିଣ ଓଡ଼ିଶାରେ “ସୌର ମାସ” ଅଭିଯାନ ମାଧ୍ୟମରେ ସବୁଜ ଶକ୍ତି ପ୍ରୋତ୍ସାହନକୁ ବ୍ୟାପକ କରୁଛି ଟିପିଏସ୍ଓଡିଏଲ୍

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ 

masiha

Leave a Comment

error: Content is protected !!