ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଣେ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ସ୍କୁଲ

ଜଣେ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ସ୍କୁଲ

ଜୁନାଗଡ଼ :-୨୫/୧୧:-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପିଲିକିଆ ପଞ୍ଚାୟତ ଅନ୍ତର୍ଗତ ବାଲିଛଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି I ଜଣେ ଶିକ୍ଷୟିତ୍ରୀଙ୍କ ଭରସାରେ ବର୍ତ୍ତମାନ ଏହି ସ୍କୁଲ ଚାଲିଛି। ଏଠାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୪ଜଣ ଛାତ୍ରୀଛାତ୍ର ରହିଥ‌ିବାବେଳେ ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଜଣେ ମାତ୍ର ଶିକ୍ଷୟିତ୍ରୀ ରହିଛନ୍ତି । ଫଳରେ ଗୋଟିଏ କକ୍ଷରେ ୩ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢ଼ାଯାଉଛି। ପୂର୍ବରୁ ଏଠାରେ ୨ଜଣ ଶିକ୍ଷକ ରହିଥିଲେ। ତେବେ ଗତ ମେ ୩୦ ତାରିଖରେ ଏଠାକାର ପ୍ରଧାନ ଶିକ୍ଷକ ଥିବା ବୈବସୂତ ରାଉତ ଅବସର ନେବା ପରଠୁ ଏଠାରେ ଶିକ୍ଷକ ଅଭାବ ଦେଖାଦେଇଛି। ସ୍କୁଲରେ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉଥିବା ମନେ କରି ଗତ କିଛି ଦିନ ତଳେ ଗ୍ରାମବାସୀ ଜୁନାଗଡ଼ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।ଏହା ପରେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ଫଳରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନେଇ ଏବେ ଚିନ୍ତାରେ ରହିଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ପଚାରିବାରୁ ଶୀଘ୍ର ଉକ୍ତ ସ୍କୁଲରେ ୨ଜଣ ଡେପ୍ଲାମେଣ୍ଟ ଶିକ୍ଷକ ଦିଆଯିବ ବୋଲି କହିଥିଲେ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ସ୍ୱାବଲମ୍ବୀ ଭାରତ ଅଭିଯାନର ରାଷ୍ଟ୍ରୀୟ କର୍ମଶାଳାରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

Sunil Chandra Nayak

୪୨ ମୌଜା ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ

Sunil Chandra Nayak

ରାଇରଙ୍ଗପୁର ମୁଖ୍ୟ ଡାକ୍ତର ଖାନା ରେ ରକ୍ତ ଦାନ ଶିବିର ଦେବ ବିହଙ୍ଗମ ଯୋଗ ସଂସ୍ଥାନ ଆନୁକୁଲ୍ୟରେ ଆୟୋଜନ

Sunil Chandra Nayak

Leave a Comment

error: Content is protected !!