ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଖାଦ୍ୟ ସୁରକ୍ଷା ମେଳା

ଡାବୁଗାଁ, ୧୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ସୁରକ୍ଷା ମନ୍ତ୍ରଣାଳୟ, ଭୁବନେଶ୍ଵରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ମାଧ୍ୟମରେ ମଙ୍ଗଳବାର ଖାଦ୍ୟ ସୁରକ୍ଷା ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ସଦରମହକୁମା ଓ ବିଭିନ୍ନ ଗ୍ରାମରୁ ଖାଦ୍ୟ ସାମଗ୍ରୀ ବ୍ୟବସାୟୀ ତଥା ଗୁପଚୁପ ଓ ଚାର୍ଟ ଦୋକାନୀ, ଫଳ ଦୋକାନୀ, ମିଠା ଦୋକାନୀ, ଜଳଖିଆ ଦୋକାନୀ, ହୋଟେଲ, ବେକେରୀ, ପାନ ଦୋକାନୀ ଓ କିରାନି ଦୋକାନ ବ୍ୟବସାୟୀ ମାନେ ନିଜ ନାମ ରେଜିଷ୍ଟେସନ କରିଥିଲେ | ଏଥିରେ ମୋଟ ୮୫ ଜଣ ବ୍ୟବସାୟୀ ମାନେ ରେଜିଷ୍ଟେସନ କରି ଫୁଡ ଲାଇସେନ୍ସ ପ୍ରମାଣପତ୍ର ପାଇଥିଲେ | ଏଥିରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ଙ୍କ ସମେତ ସହକର୍ମୀ ଇଶୋବଲ ଗଣ୍ଡ ଓ ବିଶୋୟୀ ଗରଡା ପ୍ରମୁଖ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ .ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଦୁର୍ଗମ ଫୁଲଡୁମେରରେ ଦୀପାବଳି ପାଳିଲା ବ୍ଲକ ପ୍ରଶାସନ

Sunil Chandra Nayak

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅଜଣା ବ୍ୟକ୍ତିଙ୍କ ମୃତୁ 

masiha

Leave a Comment

error: Content is protected !!