ଡାବୁଗାଁ, ୧୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଦ୍ୟ ସୁରକ୍ଷା ମନ୍ତ୍ରଣାଳୟ, ଭୁବନେଶ୍ଵରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ମାଧ୍ୟମରେ ମଙ୍ଗଳବାର ଖାଦ୍ୟ ସୁରକ୍ଷା ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ସଦରମହକୁମା ଓ ବିଭିନ୍ନ ଗ୍ରାମରୁ ଖାଦ୍ୟ ସାମଗ୍ରୀ ବ୍ୟବସାୟୀ ତଥା ଗୁପଚୁପ ଓ ଚାର୍ଟ ଦୋକାନୀ, ଫଳ ଦୋକାନୀ, ମିଠା ଦୋକାନୀ, ଜଳଖିଆ ଦୋକାନୀ, ହୋଟେଲ, ବେକେରୀ, ପାନ ଦୋକାନୀ ଓ କିରାନି ଦୋକାନ ବ୍ୟବସାୟୀ ମାନେ ନିଜ ନାମ ରେଜିଷ୍ଟେସନ କରିଥିଲେ | ଏଥିରେ ମୋଟ ୮୫ ଜଣ ବ୍ୟବସାୟୀ ମାନେ ରେଜିଷ୍ଟେସନ କରି ଫୁଡ ଲାଇସେନ୍ସ ପ୍ରମାଣପତ୍ର ପାଇଥିଲେ | ଏଥିରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ଙ୍କ ସମେତ ସହକର୍ମୀ ଇଶୋବଲ ଗଣ୍ଡ ଓ ବିଶୋୟୀ ଗରଡା ପ୍ରମୁଖ ସହଯୋଗ କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ